Latest Odisha News

କମିସନରେଟ୍ ପୁଲିସର ସଡ଼କ ସୁରକ୍ଷା ସପ୍ତାହ ଆରମ୍ଭ

ଭୁବନେଶ୍ଵର ; କମିସନରେଟ୍ ପୁଲିସ ପକ୍ଷରୁ ସଡ଼କ ସୁରକ୍ଷା ସପ୍ତାହ ଆରମ୍ଭ ହୋଇଯାଇଛି। ସଡ଼କ ସୁରକ୍ଷା ପରିବାର ରକ୍ଷା ବିଷୟବସ୍ତୁକୁ ନେଇ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ୧ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ଏକ ସପ୍ତାହ ବ୍ୟାପୀ ଏହି କାର୍ଯ୍ୟକ୍ରମ ଚାଲିବ। ଏଥିପାଇଁ ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ କମିସନରେଟ୍ ପୁଲିସ ମୁଖ୍ୟାଳୟରେ ସବୁଜ ପତାକା ଦେଖାଇ ମହିଳା ବାଇକ୍ ରାଲି କାର୍ଯ୍ୟକ୍ରମର ଆରମ୍ଭ କରିଛନ୍ତି।

ଏହି ଉଦଘାଟନୀ କାର୍ଯ୍ୟକ୍ରମ ଅବସରରେ ପୁଲିସ କମିସନର ଶ୍ରୀ ପ୍ରିୟଦର୍ଶୀଙ୍କ ସମେତ ଅତିରିକ୍ତ ପୁଲିସ କମିସନର ବ୍ରିଜେଶ କୁମାର ରାୟ, ଡିସିପି ପ୍ରତୀକ ସିଂହ ମହିଳା ଟ୍ରାଫିକ ଓ ଥାନା ପୁଲିସ ଅଧିକାରୀଙ୍କୁ ଫୁଲ ତୋଡ଼ା ଦେଇ ସ୍ବାଗତ କରିଥିଲେ। ଏହି ରାଲିର ମୂଳ ଉଦ୍ଦେଶ୍ୟ ରହିଛି କି ବାଇକ୍ ଚାଳକ ନିଜକୁ କିଭଳି ସୁରକ୍ଷା ଦେବେ ଏବଂ ଏହା ସହିତ ପରିବାର ଲୋକଙ୍କୁ କିଭଳି ସୁରକ୍ଷା ଯୋଗାଇପାରିବେ ସେଥିପାଇଁ ଏ ପ୍ରକାର ରାଲି କରି ସଚେତନତା ବାର୍ତ୍ତା ବଣ୍ଟାଯାଉଛି। ଏଥିରେ ଟ୍ରାଫିକ ନିୟମ ମାନିବାକୁ ପରାମର୍ଶ ଦିଆଯାଉଛି। ଗାଡ଼ି ଚାଳକମାନେ ନିଜ ଜୀବନକୁ ସୁରକ୍ଷିତ ରଖିଲେ ନିଜ ପରିବାର ବି ହସଖୁସିରେ ରହିବ ବୋଲି ପରାମର୍ଶ ଦିଆଯାଉଛି। ଏହାଦ୍ବାରା ସଡ଼କ ଦୁର୍ଘଟଣା ଜନିତ ଦୁର୍ଘଟଣା ହାରକୁ ରୋକାଯାଇପାରିବ।

ଏହି ବାଇକ ରାଲି ପୁଲିସ କମିସନରେଟ୍ କାର୍ଯ୍ୟାଳୟରୁ ବାହାରି ଭାୟା ଜୟଦେବ ବିହାରରୁ କିଟ୍ ସ୍କୋୟାର ଯାଇଛି। ସେଠୁ ଫେରି ନାଲକୋ ସ୍କୋୟାର, ସୈନିକ ସ୍କୁଲ, ଆଚାର୍ଯ୍ୟ ବିହାର, ମାଷ୍ଟର କ୍ୟାଣ୍ଟିନ୍, ପିଏମଜି, ୧୨୦ ବାଟାଲିୟନ ଯିବ। କାର୍ଯ୍ୟକ୍ରମ ଶେଷରେ ପୁଲିସ କମିସନରଙ୍କ କାର୍ଯ୍ୟାଳୟକୁ ଏହି ବାଇକ୍ ରାଲି ଫେରିଆସିବ ବୋଲି କମିସନରେଟ୍ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି

Comments are closed.