ଭୁବନେଶ୍ୱର: ଦୁର୍ଗାପୂଜା ପୂର୍ବରୁ ମରାମତି ହେବ ରାସ୍ତା। ଲଗାଣ ବର୍ଷା କାରଣରୁ ସହରର ଅନେକ ରାସ୍ତାଘାଟ ଖାଲ ହୋଇଯାଇଛି। ଏହି ଖାଲଖମା ରାସ୍ତାକୁ ଦୁର୍ଗାପୂଜା ପୂର୍ବରୁ ମରାମତି କରାଯିବ ବୋଲି ସୂଚନା ଦେଇଛନ୍ତି ଗୃହ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର।
ସବୁ ବିଭାଗର ସହଯୋଗରେ କରାଯିବ ମରାମତି କାର୍ଯ୍ୟ। ମୁଖ୍ୟମନ୍ତ୍ରୀ ବି ଏ ବାବଦରେ ଗୁରୁତ୍ବାରୋପ କରିଥିଲେ। ଖୁବଶୀଘ୍ର ସମସ୍ତ ରାସ୍ତାର ମରାମତି କାମ କରାଯିବ। ଧାର୍ଯ୍ୟ ସମୟ ଭିତରେ କାମ ସରିବ ବୋଲି ମନ୍ତ୍ରୀ କହିଛନ୍ତି ।
ସେହିପରି ଦୁଇ ଦିନ ପୂର୍ବେ ସମାନ କଥା କହିଥିଲେ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଆସନ୍ତା ୨୦ ତାରିଖ ପୂର୍ବରୁ ଟ୍ୱିନ୍ସିଟି ସମେତ ସବୁ ସହରାଞ୍ଚଳ ରାସ୍ତା ମରାମତି ଶେଷ ହେବ । ଏହାସହ ଆସନ୍ତା ୬ରେ ବସିବ ସମନ୍ୱୟ ବୈଠକ । ଏହି ବୈଠକରେ ବିଭାଗୀୟ ମନ୍ତ୍ରୀ, ବିଧାୟକ, ମେୟର ଉପସ୍ଥିତ ରହିବେ ।
Comments are closed.