Latest Odisha News

BREAKING NEWS

ରାସ୍ତାରେ ରାଜ୍ୟପାଳ ଶୁଣିଲେ ସମସ୍ୟା, ଗାଡ଼ି ଅଟକାଇ ପୁଅର ଚିକିତ୍ସା ବାବଦରେ ସହାୟତା ମାଗିଲେ ବାପା

ଭୁବନେଶ୍ୱର: ଓଡ଼ିଶାର ରାଜ୍ୟପାଳ ଭାବେ ଦାୟିତ୍ୱ ନେବା ପରେ ଆଉ ରାଜଧାନୀରେ ନରହି ଏବେ ଗାଁକୁ ଗାଁ ବୁଲି ଲୋକଙ୍କ ସମସ୍ୟା ବୁଝୁଛନ୍ତି ରାଜ୍ୟପାଳ ରଘୁବର ଦାସ। ଆଜି ଗଞ୍ଜାମ ଜିଲ୍ଲା ଗସ୍ତ ସମୟରେ ଜଣେ ବ୍ୟକ୍ତି ରାଜ୍ୟପାଳଙ୍କ ଗାଡିକୁ ଅଟକାଇ ନିଜ ପୁଅର ଚିକିତ୍ସା ଖର୍ଚ୍ଚ ବାବଦରେ କହିଥିଲେ।

ରାଜ୍ୟପାଳ ତାରାତାରିଣୀ ଗସ୍ତ କରୁଥିଲେ। ମା ତାରାତାରିଣୀ ପୀଠରୁ ଫେରିଲାବେଳେ ପୁରୁଷୋତ୍ତମପୁରରେ ସୁଦର୍ଶନ ବେହେରା ନାମକ ଜଣେ ବ୍ୟକ୍ତିଙ୍କୁ ତାଙ୍କ ପୁଅ ତନ୍ମୟର ଚିକିତ୍ସା ପାଇଁ ଆର୍ଥିକ ସହାୟତା ମାଗୁଥିବାର ଦେଖିଥିଲେ।ପରିବାରର ଦୁଃଖ ଦେଖି ତାଙ୍କୁ ୧ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିବା ସହ ପିଲାଟିର ସ୍ୱାସ୍ଥ୍ୟ ପାଇଁ ମାଁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ବୋଲି ରାଜ୍ୟପାଳଙ୍କ ଅଫିସ ତରଫରୁ ଟ୍ବିଟ୍ କରି କୁହାଯାଇଛି।

ସଂପୃକ୍ତ ଛୋଟ ଛୁଆଟି ଥାଲେସେମିଆ ରୋଗରେ ଆକ୍ରାନ୍ତ। ସେ ବେଙ୍ଗାଲୁରୁରେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି। ରାଜ୍ୟ ସରକାରଙ୍କ ଦ୍ବାରା ଚିକିତ୍ସା ବ୍ୟବସ୍ଥାକୁ ମଧ୍ୟ ପୁଅର ଚିକିତ୍ସା ପାଇଁ ବ୍ୟବହାର କରୁଥିବା ଜଣାପଡ଼ିଛି।

ନିକଟରେ ଜଣେ ମହିଳା ତାଙ୍କ ଗାଡିକୁ ଅଟକାଇ ଘର ଖଣ୍ଡିଏ ପାଇଁ ସହାୟତା ମାଗିଥିଲା ବେଳେ ରାଜ୍ୟପାଳ ସଂପୃକ୍ତ ମହିଳାଙ୍କ ଘର ବୁଲି ଦେଖିବା ପରେ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ।

ଓଡ଼ିଶାବାସୀଙ୍କ ସମସ୍ୟା ଓ ଆବଶ୍ୟକତାକୁ ସକ୍ରିୟ ଭାବେ ଶୁଣିବା ପାଇଁ ରାଜ୍ୟପାଳ ଦାସ ଏକ ମିଶନ ଆରମ୍ଭ କରିଛନ୍ତି। ତାଙ୍କର ବର୍ତ୍ତମାନର ଗଞ୍ଜାମ ଜିଲ୍ଲା ଗସ୍ତ ଏହି ପ୍ରତିଶ୍ରୁତିକୁ ଦର୍ଶାଉଛି। ଆଜି ସେ ତାରା ତାରିଣୀ ମନ୍ଦିରକୁ ତୀର୍ଥଯାତ୍ରା କରି ପାରମ୍ପରିକ ରୀତିନୀତିରେ ମାଙ୍କ ଠାରୁ ଆଶୀର୍ବାଦ ନେଇଛନ୍ତି।

ଏହି ଅବସରରେ ମନ୍ଦିର ବାହାରେ ଚାଲିଥିବା ସୌନ୍ଦର୍ଯ୍ୟକରଣ ଓ ଉନ୍ନୟନ ମୂଳକ ପ୍ରକଳ୍ପର ସମୀକ୍ଷା କରିବା ସହ ପବିତ୍ର ସ୍ଥାନର ସଂରକ୍ଷଣ ଓ ଉନ୍ନତି ପାଇଁ କରାଯାଇଥିବା ପ୍ରୟାସକୁ ସେ ପ୍ରଶଂସା କରିଥିଲେ।

Leave A Reply

Your email address will not be published.