Latest Odisha News

BREAKING NEWS

ନୂଆପଡ଼ା ବାଘ ଛାଲ ଜବତ ଘଟଣାରେ ଗିରଫ ସଂଖ୍ୟା ୭କୁ ବୃଦ୍ଧି

ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ବନ ବିଭାଗ ପକ୍ଷରୁ ଦୁଇଟି ଚିତାବାଘ ଚମଡ଼ା ଜବତ କରାଯିବା ଘଟଣାରେ ଗିରଫ ସଂଖ୍ୟା ୭କୁ ବୃଦ୍ଧି।  ଖରିଆର ଏସିଏଫ୍ ମହମ୍ମଦ ସାଲେହା ଗୁରୁବାର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଖରିଆର ଫରେଷ୍ଟ ରେଞ୍ଜର ବନ ବିଭାଗର ଏକ ଟିମ୍ ଚମଡ଼ା ବିକ୍ରି ସମ୍ପର୍କରେ ବିଶ୍ୱସନୀୟ ସୂଚନା ପାଇବା ପରେ ଦୁଇଟି ସ୍ଥାନରେ ଚଢ଼ାଉ କରିଥିଲେ।

ଖରିଆରସ୍ଥିତ ଏକ ହୋଟେଲ ଓ ବଡ଼ପଦରସ୍ଥିତ ଏକ ଘରେ ଚଢ଼ାଉ କରି ବନ ବିଭାଗ ପକ୍ଷରୁ ଦୁଇଟି ଚିତାବାଘ ଚମଡ଼ା ଜବତ କରିବା ସହ ୭ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ଠାରୁ ୬ଟି ମୋବାଇଲ୍ ଫୋନ୍ ଜବତ କରାଯାଇଛି।

ଗିରଫ ବ୍ୟକ୍ତିଙ୍କ ମଧ୍ୟରୁ ୬ ଜଣ ନୂଆପଡ଼ା ଜିଲ୍ଲାର ହୋଇଥିବା ବେଳେ ଜଣେ ବଲାଙ୍ଗୀର ଜିଲ୍ଲା ବଙ୍ଗମୁଣ୍ଡାର ବୋଲି ଏସିଏଫ୍ ସୂଚନା ଦେଇଛନ୍ତି।

ବେଆଇନ ଭାବେ ବନ୍ୟଜନ୍ତୁ ଚମଡ଼ା କାରବାରରେ ଅନ୍ୟ ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା ଜାଣିବା ପାଇଁ ଗିରଫ ବ୍ୟକ୍ତିଙ୍କୁ ଅଧିକ ତଦନ୍ତ ଓ ପଚରାଉଚରା ଜାରି ରହିଛି।

ବଲାଙ୍ଗୀର ଡିଏଫଓ ନୀତୀଶ କୁମାରଙ୍କ ନେତୃତ୍ୱରେ ବନ ବିଭାଗର ଏକ ଟିମ୍ ବଲାଙ୍ଗୀର ଜିଲ୍ଲା ତୁଷୁରା ଥାନା ଅନ୍ତର୍ଗତ କୋଟାଗାଁରେ ଚଢ଼ାଉ କରିଥିଲା। ଚିତାବାଘ ଛାଲ ଚୋରା ଚାଲାଣ ସମ୍ପର୍କରେ ସୂଚନା ପାଇ ଏହି ରେଡ୍ କରିଥିଲା। ପରେ ସେହି ଗ୍ରାମର ମୁକେଶ ମନହିରା ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲା। ଏହାପରେ ପଚରାଉଚରା ବେଳେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅନ୍ତର୍ଗତ ଫାଟାମୁଣ୍ଡା ଗ୍ରାମରେ ଧାନ ଗଦାରୁ କଲରାପତରିଆ ବାଘର ଚମଡ଼ା ସମ୍ପର୍କରେ ବନ ବିଭାଗ ଜାଣିବାକୁ ପାଇଥିଲା। ପରେ ବନ ବିଭାଗ ପକ୍ଷରୁ ଦିବ୍ୟଶଙ୍କର ବଗର୍ତ୍ତୀ ନାମକ ଆଉ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲା ପୋଲିସ। ପରେ ଏହି ମାମଲାରେ ଗିରଫ ସଂଖ୍ୟା ୭କୁ ବୃଦ୍ଧି ପାଇଛି।

Leave A Reply

Your email address will not be published.