Latest Odisha News

BREAKING NEWS

ନିଆଳିରେ ସରପଞ୍ଚଙ୍କ ଘର ଉପରକୁ ବୋମାମାଡ

ନିଆଳି : ନିଆଳିରେ ବୋମାମାଡ ।  ବ୍ରାହ୍ମଣବାଟି ଗ୍ରାମପଞ୍ଚାୟତ ସରପଞ୍ଚ ସଞ୍ଜୟ କୁମାର ରାଉତରାୟଙ୍କ ଘର ଉପରକୁ ବୋମାମାଡ କରିଛନ୍ତି କିଛି ଦୁବୃର୍ତ୍ତ ।

ଗୋବିନ୍ଦପୁର ଥାନା ବ୍ରାହ୍ମଣ ବାଟି ପଞ୍ଚାୟତ ନବ ନିର୍ବାଚିତ ସରପଞ୍ଚଙ୍କ ଘର ସମ୍ମୁଖରେ ଏହି  ବୋମାମାଡ ହୋଇଛିି । ଶନିବାର ବିଳମ୍ବିତ ରାତିରେ ଏହିି ଘଟଣା ଘଟିଛି ।

ନିର୍ବାଚନ ହାର ଜିତକୁ ନେଇ ଲାଗି ରହିଛି ଛକା ପଞ୍ଚା। ପୂର୍ବରୁ ଦୁବୃତ୍ତମାନେ ପଞ୍ଚାୟତ ଅଫିସରେ କରିଥିଲେ ଭଂଗାରୁଜା । ଘଟଣାସ୍ଥଳରେ ପୋଲିସର ତଦନ୍ତ ଆରମ୍ଭ କରିଛି ।  କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି।

ବ୍ରାହ୍ମଣବାଟି ଗ୍ରାମପଞ୍ଚାୟତ ସରପଞ୍ଚ ସଞ୍ଜୟ କୁମାର ରାଉତରାୟଙ୍କୁ ଭୟଭୀତ କରିବା ପାଇଁ ଏହି ବୋମାମାଡ଼ କରାଯାଇଥିବା  ଅନୁମାନ କରାଯାଉଛି।

ତେବେ ତଦନ୍ତ  ପରେ  ଏହି ବୋମାମାଡ଼  ରହସ୍ୟ ଜଣାପଡ଼ିବ ।

Leave A Reply

Your email address will not be published.