Latest Odisha News

BREAKING NEWS

ଦକ୍ଷିଣ କୋରିଆ ଏବଂ ଚୀନରେ ବଢୁଛି କରୋନା ସଂକ୍ରମଣ, କ’ଣ ରହିଛି କାରଣ?

ନୂଆଦିଲ୍ଲୀ: ଦୀର୍ଘ ଦିନ ଧରି ଦକ୍ଷିଣ କୋରିଆରେ ସଂକ୍ରମଣ ଉପରମୁହାଁ ରହିବା ପରେ ଏବେ ତଳମୁହାଁ ହୋଇଛି । ସାମନ ଗ୍ରାଫ ଚୀନରେ ମଧ୍ୟ ଦେଖିବାକୁ ମିଳିଛି । ଅନ୍ୟପଟେ ଶନିବାର ବର୍ଷେ ପରେ ଚୀନରେ କୋଭିଡରେ ପ୍ରାଣ ହରାଇଛନ୍ତି ଦୁଇ ଜଣ । କେବଳ ଦକ୍ଷିଣ କୋରିଆ କିମ୍ବା ଚାଇନା ନୁହେଁ ଅନେକ ଦେଶରେ ମଧ୍ୟ ସଂକ୍ରମଣ ବଢିବା ପରେ ବିଶ୍ୱ ସ୍ଥାସ୍ଥ୍ୟ ସଂଗଠନ ଶୁକ୍ରବାର କହିଛି, ମହାମାରୀ ଶେଷ ହୋଇନି ।

ଦକ୍ଷିଣ କୋରିଆରେ ସଂକ୍ରମଣ

ଦକ୍ଷିଣ କୋରିଆରେ ଦୈନିକ ସଂକ୍ରମଣ ୪ ଲକ୍ଷ ଉପରେ ରହିଥିଲା । କିନ୍ତୁ ରବିବାର ଏହି ସଂଖ୍ୟା ୪ ଲକ୍ଷ ତଳେ ରହିଛି । କୋରିଆନ୍ ହେଲଡ ନାମକ ଗଣମାଧ୍ୟମର ରପୋର୍ଟ ଅନୁଯାୟୀ ରବିବାର ୩୩୪, ୭୦୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯେତେବେଳେ କି ଶନିବାର ଏହି ସଂଖ୍ୟା ୩୮୧,୪୫୪ ରହିଛି। ଦକ୍ଷିଣ କୋରିଆରେ ଗତ ଗୁରୁବାର ଦୈନିକ ସଂକ୍ରମଣ ୬ଲକ୍ଷ ଟପିଥିଲା । ଏବେ କିନ୍ତୁ ସଂକ୍ରମଣ କମିବା ପରେ ଦକ୍ଷିଣ କୋରିଆ ପାଇଁ ଆଶ୍ୱସ୍ତିକର ପାଲଟିଛି। ସେହିପରି ବିଗତ ୨୪ ଘଣ୍ଟା ମଧ୍ୟରେ ୩୨୭ ଜଣଙ୍କର ମୃତ୍ୟୁ ଘଟିଛି । ଦକ୍ଷିଣ କୋରିଆ ସଂକ୍ରମଣକୁ ରୋକିବାକୁ ବିଭିନ୍ନ ପଦକ୍ଷେପ ନେଇଛି । ସାମାଜିକ ଦୂରତାକୁ କଡାକଡି କରିବା ସହିତ ବ୍ୟବସାୟକୁ ଚାଲୁ ରଖିବା ପାଇଁ ନିୟମ ଲାଗୁ କରିଛି।

ଚୀନରେ ସଂକ୍ରମଣ

ଚୀନରେ ବିଗତ ୨୪ ଘଣ୍ଟାରେ ୧, ୭୩୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ପୂର୍ବ ଦିନ କିନ୍ତୁ ଏହି ସଂଖ୍ୟା ୨,୨୨୮ ଥିଲା। ତେବେ ରବିବାର ଚିହ୍ନଟ ହୋଇଥିବା ମୋଟ୍ ସଂକ୍ରମିତଙ୍କ ମଧ୍ୟରୁ ୧,୬୫୬ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ନ୍ୟାଶନାଲ ହେଲଥ କମିଶନ ବିବୃତ୍ତି ଜାରି କରି କହିଛି। ସେହିପରି କୌଣସି ଲକ୍ଷଣ ନଥିବା ସଂକ୍ରମିତଙ୍କ ସଂଖ୍ୟା ୧,୮୧୩ରୁ ବଢି ୨,୩୧୬ ହୋଇଛି । ଚୀନ ଲକ୍ଷଣ ନଥିବା ସଂକ୍ରମଣକୁ କରୋନା ସଂକ୍ରମିତ ବୋଲି ଗଣତି କରେ ନାହିଁ । ଚୀନରେ ଏଯାବତ ୧୩୦, ୧୯୯ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪,୬୩୮ ଜଣଙ୍କର ମୃତ୍ୟୁ ଘଟିଛି। ଶନିବାର ବର୍ଷକ ପରେ ଚୀନରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି।

କ’ଣ କହୁଛି ବିଶ୍ୱ ସ୍ଥ୍ୟାସ୍ଥ୍ୟ ସଂଗଠନ?

ତେବେ ବଢୁଥିବା ସଂକ୍ରମଣକୁ ଦେଖି ବିଶ୍ୱ ସ୍ଥ୍ୟାସ୍ଥ୍ୟ ସଂଗଠନ କହିଛି, ମହାମାରୀ ଶେଷ ହୋଇନି । ଏବେ ଆମେ ମହାମାରୀରେ ମଝି ସ୍ଥିତିରେ ରହିଛେ । ଏପରି କହି ବିପଦ ଟଳିନି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସତର୍କ କରାଇଛି । କିନ୍ତୁ ନିକଟରେ ବିଶ୍ୱ ସ୍ଥ୍ୟାସ୍ଥ୍ୟ ସଂଗଠନ କହିଥିଲା ଚଳିତ ବର୍ଷ ଯଦି ମୋଟ୍ ଜନସଂଖ୍ୟାର ୭୦ ପ୍ରତିଶତ ଟିକାକରଣ ହୁଏ ତାହେଲେ ମହାମାରୀ ଶେଷ ହୋଇଯାଇପାରେ ।

ସଂକ୍ରମଣ ବଢିବା ପଛର କାରଣ କ’ଣ ?

ଟିକିକାରଣ ବଢୁଥିବା ବେଳେ ହଠାତ୍ ସଂକ୍ରମିତଙ୍କ ସଂଖ୍ୟା ବଢିବା ପଛର କାରଣ ଓମିକ୍ରନ ଭାରିଆଣ୍ଟ ବୋଲି ବିଶେଷଜ୍ଞ ଅନୁମାନ କରିଛନ୍ତି । ଏଯାବତ କରୋନାର ଓମିକ୍ରନ ଭାରିଆଣ୍ଟ ସବୁଠୁ ଅଧିକ ବ୍ୟାପେ ବୋଲି ଜଣାପଡିଛି । ଯଦିଓ ଓମିକ୍ରନ ଭାରିଆଣ୍ଟର ପ୍ରଭାବ ନାହିଁ କିନ୍ତୁ ଓମିକ୍ରନର ସବ୍ ଭାରିଆଣ୍ଟ ବିଏ.2ର ରହିଛି ବୋଲି ବିଶ୍ୱ ସ୍ଥ୍ୟାସ୍ଥ୍ୟ ସଙ୍ଗଠନ କହିଛି।

Leave A Reply

Your email address will not be published.