କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବଡ଼ବିଲ ସ୍ଥିତ ବ୍ୟାଙ୍କ ଅଫ ମହାରାଷ୍ଟ୍ର ଶାଖାରୁ ସୋମବାର ଏକ ବଡ଼ ଧରଣର ଲୁଟ୍ ସୂଚନା । ବଡବିଲର କଳିଙ୍ଗ ରାସ୍ତା ସ୍ଥିତ ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ଶାଖାରେ ଡକାୟତମାନେ ବନ୍ଧୁକ ମୁନରେ ୮ ଲକ୍ଷ ଟଙ୍କା ଓ ୫ କୋଟିରୁ ଅଧିକ ସୁନା ଲୁଟ୍ କରି ଫେରାର ହୋଇଯାଇଛନ୍ତି । । ଦିନ ଦିପ୍ରହରେ ଘଟିଥିବା ଏହି ଡକାୟତି ଘଟଣା ସମଗ୍ର ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।
ଖବରମୁତାବକ, ୫ଟି ବାଇକ୍ରେ ୬ଜଣ ଦୁର୍ୱୃତ୍ତ ଆସି ବ୍ୟାଙ୍କରେ ପଶି ଥିଲେ। ଗ୍ରାହକ ସେବା ନେବା ନାଟକରେ ବ୍ୟାଙ୍କ ଭିତରକୁ ପ୍ରବେଶ କରିଥିଲେ। ହଠାତ୍ ସେମାନେ ବନ୍ଧୁକ ବାହାର କରି ବ୍ୟାଙ୍କ କର୍ମଚାରୀ ଓ ଉପସ୍ଥିତ ଗ୍ରାହକମାନଙ୍କୁ ଭୟଭୀତ କରିଥିଲେ। ବନ୍ଧୁକ ମୁନରେ ପ୍ରାୟ ୮ ଲକ୍ଷ ଟଙ୍କା ନଗଦ ସହ ବ୍ୟାଙ୍କରେ ରଖାଯାଇଥିବା ପ୍ରାୟ ୫ କୋଟି ଟଙ୍କା ମୂଲ୍ୟର ସୁନା ଗହଣା ଲୁଟ୍ କରି ଡକାୟତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।
ସୂଚନା ମିଳିବା ପରେ ବଡବିଲ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୋଲିସ ପକ୍ଷରୁ ସିସିଟିଭି କ୍ୟାମେରା ଫୁଟେଜ୍ ଯାଞ୍ଚ କରାଯାଉଛି ଏବଂ ଡକାୟତମାନେ କେଉଁ ଦିଗକୁ ଫେରାର ହୋଇଛନ୍ତି ତଦନ୍ତ ଚାଲିଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ନାକାବନ୍ଦୀ କରାଯାଇ ଡକାୟତମାନଙ୍କୁ ଧରିବା ପାଇଁ ପୁଲିସ ଚେଷ୍ଟା ଜାରି ରହିଛି।