Latest Odisha News

BREAKING NEWS

ରାମ୍ପରେ ମଡେଲଙ୍କ ସହ ଚାଲିଲେ ରୋବୋ

ରାମ୍ପରେ ସୁନ୍ଦରୀ ମଡ଼େଲଙ୍କ ସହ ଚାଲୁଛନ୍ତି ରୋବୋ । ଗୋଟେ କି ଦୁଇଟି ନୁହେଁ, ଏକାଧିକ ରୋବୋ ମଡ଼େଲ ସହ ରାମ୍ପ କରୁଛନ୍ତି । ଏହାସହିତ ଉପସ୍ଥିତ ଦର୍ଶକଙ୍କୁ ଅଭିବାଦନ ମଧ୍ୟ ଜଣାଉଛନ୍ତି । ପୃଥିବୀର ଫ୍ୟାଶନ ସେଣ୍ଟର କୁହାଯାଉଥିବା ଫ୍ରାନ୍ସର ରାଜଧାନୀ ପ୍ୟାରିସ୍‌ରେ ଏଭଳି ରୋବୋଙ୍କ ରାମ୍ପ ଶୋ ଅନୁଷ୍ଠି ହୋଇଥିଲା, ଯାହାକୁ ନେଇ ସାରା ବିଶ୍ୱରେ ଢେର ଚର୍ଚ୍ଚା । ବିଶେଷକରି ରୋବୋଙ୍କ ଏହି ମଡ଼େଲିଂ ସମ୍ପର୍କିତ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଛାଇ ହୋଇଯାଇଛି ।

BjdElectrycity

ନିକଟରେ ପ୍ୟାରିସ୍‌ରେ ଅନୁଷ୍ଠିତ ହୋଇଥିଲା ସ୍ୱତନ୍ତ୍ର ଫ୍ୟାଶନ୍ ଉଇକ୍ । ଏଥିରେ ନାମିଦାମୀ ସୁନ୍ଦରୀ ମଡ଼େଲମାନେ ତ ଚାଲିଲେ, ତାଙ୍କ ହାତ ଧରି ରାମ୍ପରେ ଚାଲୁଥିଲେ କିଛି ରୋବୋ । ଅଭିଜ୍ଞ ମଡ଼େଲଙ୍କ ପରି ରୋବୋଗୁଡ଼ିକ ଏହି ଶୋରେ ଭାଗ ନେଇଥିବା ଦେଖିବାକୁ ମିଳିଥିଲା । ବିଶ୍ୱର ଅନ୍ୟତମ ପ୍ରସିଦ୍ଧ କୋପର୍ନି ଫ୍ୟାଶନ୍ ବ୍ରାଣ୍ଡ ପକ୍ଷରୁ ଆୟୋଜିତ ହୋଇଥିଲା ଏହି ରାମ୍ପ ଶୋ । ତେବେ ଏହାର ମୂଳ ଉଦେଶ୍ୟ ଥିଲା ରାମ୍ପରେ ଦର୍ଶକଙ୍କୁ ଭିନ୍ନ ଅନୁଭବ ଦେବା । ବିଶେଷକରି ଆଗାମୀ ସମୟରେ ମଣିଷର ଜୀବନ କେତେ ମେକାନିକାଲ ହୋଇଯିବ ତାହା ଏହି ରାମ୍ପ ଶୋରେ ଦର୍ଶାଯାଇଥିଲା ।
ଫ୍ରାନ୍ସର ଜଣେ ନାମିଦାମୀ ମଡ଼େଲ କହିଛନ୍ତି, ଧୀରେ ଧୀରେ ମଣିଷ ଯନ୍ତ୍ରଚାଳିତ ହେବାରେ ଲାଗିଛି । ଆଗରୁ କେବଳ ମେକାନିକ କାମ ଗୁଡ଼ିକ ରୋବୋଟ ଜରିଆରେ କରାଯାଉଥିଲା । କିନ୍ତୁ ଏବେ ସମୟ ବଦଳିଛି । ମଣିଷର ଅଧିକାଂଶ କାମ ରୋବୋ କରିବାରେ ସକ୍ଷମ ହେଉଛି । ଏହାକୁ ଦୃଷ୍ଟିରେ ରଖି ଆମେ ମଡ଼େଲ ସହ ରୋବୋକୁ ରାମ୍ପରେ ଚଲାଇଥିଲୁ । ଆଶ୍ଚର୍ଯ୍ୟର କଥା ହେଲା, ରୋବୋଗୁଡ଼ିକ ମଧ୍ୟ ଅବିକଳ ମଡ଼େଲ ଭଳି ପରଫମ କରିଛନ୍ତି । ଅବଶ୍ୟ ଏଥିରେ ଆଡ଼ଭାନ୍ସ ଟେକ୍‌ନୋଲୋଜି ବ୍ୟବହାର କରାଯାଇଛି । କିନ୍ତୁ ଆଗକୁ ମଣିଷର ସ୍ଥାନ ନେଇପାରେ ରୋବୋ ।

Leave A Reply

Your email address will not be published.