Latest Odisha News

ନବଜାତ ଛୁଆ ଶରୀରରେ HIV ଭୂତାଣୁ !

ନୂଆଦିଲ୍ଲୀ: ଏଚ୍ଆଇଭି-ଏଡ୍ସ । ଏ ରୋଗ ନାଁ ଶୁଣିଲେ ଅନେକ ଡରି ଯାଆନ୍ତି । ଥରେ ଭାବିଲେ ଜନ୍ମ କଲା ମାଆ ଟିଏ ଛୁଆକୁ ଏଚଆଇଭି-ଏଡ୍ସ ହୋଇଥିବା କହିଲେ କେମିତି ଧୈର୍ଯ୍ୟ ଧରିବ । ମାଆର ମନ କେମିତି ଫାଟି ଯାଉଥିବ । ଆଜ୍ଞା ହଁ ଆଶ୍ଚର୍ଯ୍ୟ, ଅବିଶ୍ୱନୀୟ ଲାଗୁଥିଲେ ବି ଉତ୍ତରପ୍ରଦେଶର ଏତାହରେ ଏମିତି ଘଟିଛି ।

କେମିତି ସଂକ୍ରମିତ ହେଲା ନବଜାତ ?

ଜନ୍ମ ହୋଇଥିବା କୁନି ଶିଶୁ ପରିବାରର ଅଭିଯୋଗ ଅନୁସାରେ, ରାଣୀ ଅବନ୍ତୀ ଲୋଧି ସରକାରୀ ହସ୍ପିଟାଲ କଲେଜରେ ଛୁଆକୁ ଦିଆ ଯାଇଥିବା ସରିଞ୍ଜରେ ଅନ୍ୟ ରୋଗୀଙ୍କୁ ଇଞ୍ଜେକ୍ସନ ଦିଆ ଯାଇଥିଲା ।

ନବଜାତ ଛୁଆ ଏଚଆଇଭ୍ ସଂକ୍ରମିତ ଜଣା ପଡ଼ିବା ପରେ ସେମାନଙ୍କୁ ମେଡିକାଲ୍ ଛାଡ଼ିବାକୁ ବାଧ୍ୟ କରାଯାଇଥିଲା । ଘଟଣା ପ୍ରଘଟ ହେବା ପରେ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରଶାସନ କହିଛି । ୟୁପି ଉପ ମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ କହିଛନ୍ତି, ତଦନ୍ତ ଚାଲିଛି କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଏଚ୍ଆଇଭି ଶରୀରର ରୋଗ ପ୍ରତିଷେଧକ କ୍ଷମତାକୁ ନଷ୍ଟ କରି ଦେଇଥାଏ । ଫଳରେ ଶରୀର କୌଣସି ରୋଗ କିମ୍ବା ସଂକ୍ରମଣ ସହ ଲଢ଼ି ପାରେ ନାହିଁ । ଏହି ସଂକ୍ରମଣ ସଂକ୍ରମିତ ରକ୍ତ, ସଂକ୍ରମିତ ଛୁଞ୍ଚି, ବ୍ଲେଡ୍ସ ଏବଂ ଅସୁରକ୍ଷିତ ଯୌନ ସମ୍ପର୍କ ଦ୍ୱାରା ହୋଇଥାଏ । ତା ଛଡ଼ା ଜଣେ ଏଚଆଇଭି ସଂକ୍ରମିତ ମାଆ ଠାରୁ ଛୁଆକୁ ସଂକ୍ରମଣ ହୋଇଥାଏ ।

Leave A Reply

Your email address will not be published.