Latest Odisha News

BREAKING NEWS

ପାହାଡ଼ରୁ ଖସିଲା ବଡ଼ ପଥର ଖଣ୍ଡ; କୋରାପୁଟ-ରାୟଗଡ଼ା ଟ୍ରେନ୍‌ ଟ୍ରାକ୍‌ ଅବରୋଧ

କୋରାପୁଟ: ଲଘୁଚାପ ଜନିତ ବର୍ଷା ଯୋଗୁଁ ଦକ୍ଷିଣ ଓଡ଼ିଶାରେ ପରିସ୍ଥିତି ବେହାଲ ହୋଇଛି। କୋରାପୁଟ-ରାୟଗଡ଼ା ରେଳଲାଇନ୍‌ ଉପରେ ପାହାଡ଼ରୁ ବିଶାଳ ପଥର ଖସିପଡ଼ିଛି। ଏଥି ସହିତ ପାହାଡ଼ିଆ ମାଟି ମଧ୍ୟ ରେଳଲାଇନ୍‌ ଉପରେ ପଡ଼ିଛି।

ସୂଚନାନୁସାରେ,ପୂର୍ବତଟ ରେଳପଥର ଡୁମୁରିପୁଟ-ଦାମନଯୋଡ଼ି ଡାଉନଲାଇନ୍‌ରେ ଏହି ପଥର ପଡ଼ିଛି । ଏହା କୋରାପୁଟ ଠାରୁ ୧୩କିଲୋମିଟର ଦୂରରେ ଅବସ୍ଥିତ । ରେଳ ବିଭାଗ ଟ୍ରାକ୍‌ରୁ ପଥର ଖସାଇବାକୁ ଉଦ୍ୟମ ଜାରି ରଖିଛି। ଗତକାଲି ଠାରୁ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ଜାରି ରହିଛି । ବର୍ଷା ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହେଉଛି।

ତେବେ କୋରାପୁଟ ରେଳଲାଇନ ଉପରେ ବିଶାଳ ପଥର ଖସି ଅବରୋଧ ହେବା ନୂଆ କଥା ନୁହେଁ। ପୂର୍ବରୁ ମଧ୍ୟ ଅନେକ ଥର ଏହି ଭଳି ଘଟଣା ଘଟିଛି। ତେବେ ରେଳଲାଇନରେ ପଥର ଥିବାରୁ ଟ୍ରେନ୍‌ ସେବା ପ୍ରଭାବିତ ହୋଇଛି।

ଅନ୍ୟପଟେ ପ୍ରବଳ ବର୍ଷା ଯୋଗୁଁ କୋରାପୁଟର ଜିଲ୍ଲାର ସେମିଳିଗୁଡ଼ା ଅଞ୍ଚଳରେ ଜାତୀୟ ରାଜପଥ ସାମ୍ନା ରାସ୍ତାରେ ୫ଫୁଟ ପାଣି ପ୍ରବାହିତ ହେଉଛି ।

Comments are closed.