Latest Odisha News

BREAKING NEWS

୫ ଦିନ ହେଲା ବିଧାନସଭାରେ ଶାସକ-ବିରୋଧୀ ମୁହାଁମୁହିଁ, ଆଜି ବି ଗୃହ କାର୍ଯ୍ୟ ଆରମ୍ଭରୁ ମୁଲତବି

ଭୁବନେଶ୍ୱର: ଆଜି ବି ଚାଲିପାରିଲାନି ବିଧାନସଭା । ଗୃହ ଆରମ୍ଭରୁ ହଟ୍ଟଗୋଳ, ହୋହଲ୍ଲା ଯୋଗୁ ବାଚସ୍ପତି ବିଧାନସଭାକୁ ଦିନ ୧୨ଟା ଯାଏ ମୁଲତବି ଘୋଷଣା କରିଛନ୍ତି । ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ ଆରମ୍ଭ ଦିନରୁ ଗୃହରେ ଏମିତି ଅଚଳାବସ୍ଥା ଲାଗି ରହିଛି । ବିରୋଧୀ ଧାନ ମଣ୍ଡି ପ୍ରସଙ୍ଗରେ ନାରାବାଜି ଜାରି ରଖିଛନ୍ତି ।

ଅନ୍ୟପଟେ ଦେବଗଡ଼ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ଗୃହରେ ଧାନ କିଣାକୁ ନେଇ ଆତ୍ମହତ୍ୟା ଧମକ ଦେବା ଏବଂ ସାନିଟାଇଜର ପିଇବା ଉଦ୍ୟମକୁ ନେଇ ଶାସକ ବିଜେଡି କ୍ଷମା ପ୍ରାର୍ଥନା ଦାବି କରିଛି । ବିଧାୟକ ସୁବାସ ପାଣିଗ୍ରାହୀ କ୍ଷମା ନ ମାଗିବା ପର୍ଯ୍ୟନ୍ତ ଗୃହ ଚାଲିପାରିବ ନାହିଁ ବୋଲି କହିଛି ଶାସକ ଦଳ ।

ଆଜି ପ୍ରଶ୍ନକାଳ ଆରମ୍ଭରୁ ଗୃହ ମଧ୍ୟଭାଗରେ ବିରୋଧୀ ନାରାବାଜି କରିଥିଲେ । ଅନ୍ୟପଟେ ସୁବାସ ପାଣିଗ୍ରାହୀଙ୍କ କ୍ଷମା ଦାବି କରି ଶାସକ ଦଳ ମଧ୍ୟ ହଟ୍ଟଗୋଳ କରିଥିଲା । ବାଚସ୍ପତି ଗୃହକୁ ମୁଲତବି କରିବା ପରେ ବିଜେଡି ରାଜଭବନ ଅଭିମୁଖେ ଶୋଭାଯାତ୍ରାରେ ଯାଇଛି ।

Leave A Reply

Your email address will not be published.