Latest Odisha News

ଟପ ଟେନରୁ ଖସିଲେ ଫେଡେରର

ନୂଆଦିଲ୍ଲୀ: ସୁଇଜରଲାଣ୍ଡର ଷ୍ଟାର ଟେନିସ ଖେଳାଳି ରୋଜର ଫେଡେରରର ଏଟିପି ର‌୍ୟାଙ୍କିଙ୍ଗରେ ୫ ବର୍ଷ ପରେ ଟପ ଟେନରୁ ଖସି ଆସିଛନ୍ତି । ଇଣ୍ଡିଆନ ୱେଲ୍ସ ଟେନିସ ଟୁର୍ଣ୍ଣାମେଂଟ ପରେ ପ୍ରକାଶିତ ସଦ୍ୟ ର‌୍ୟାଙ୍କିଙ୍ଗରେ ୪୦ ବର୍ଷୀୟ ଫେଡେରର ୧୧ତମ ସ୍ଥାନ ହାସଲ କରିଛନ୍ତି । ଜୁଲାଇରେ ୱିମ୍ବେଲଡନ କ୍ୱାର୍ଟର ଫାଇନାଲରୁ ସେ ଆଘାତ ସମସ୍ୟା ଯୋଗୁ ଓହରି ଯାଇଥିଲେ ।

ସର୍ବିୟାର ନୋଭାକ ଜୋକୋଭିଚ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି । ତାଙ୍କ ପଛକୁ ଡାନିଲ ମେଦଦେଦେଭ, ଷ୍ଟିଫେନ୍ସ ସିତାସିପାସ, ଆଲେକଜାଣ୍ଡର ଜ୍ୱେରେଭ, ରାଫେଲ ନାଡାଲ, ଆନ୍ଦ୍ରେ ରୁଲବେ, ମଟିଓ ବେରୋଟିନି, ଡୋମିନିକ ଥିଏମ, କ୍ୟାସ୍ପର ରୁଡ ଓ ହ୍ୟୁୟବର୍ଟ ହୁରକଜ ।

Leave A Reply

Your email address will not be published.