Latest Odisha News

BREAKING NEWS

ବଦଳିଲେ ଖୋର୍ଦ୍ଧା ଓ ଜଗତସିଂପୁର ଜିଲ୍ଲାପାଳ

ଭୁବନେଶ୍ବର: ରାଜ୍ୟରେ ପ୍ରଶାସନିକ ସ୍ତରରେ ଅଦଳବଦଳ। ବଦଳିଲେ ଖୋର୍ଦ୍ଧା ଓ ଜଗତସିଂହପୁର ଜିଲ୍ଲାପାଳ। ଜଗତସିଂପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ଖୋର୍ଦ୍ଧା ଜିଲ୍ଲାପାଳ ଭାବରେ ବଦଳି କରାଯାଇଛି। ତାଙ୍କ ସ୍ଥାନରେ ୨୦୧୫ ବ୍ୟାଚ୍ ଆଇଏଏସ ପାରୁଲ ପଟୱାରୀଙ୍କୁ ନୂଆ ନିଯୁକ୍ତି ମିଳିଛି।

ଖୋର୍ଦ୍ଧା ଜିଲ୍ଲାପାଳ ଥିବା ସନତ କୁମାର ମହାନ୍ତି ହୋଇଛନ୍ତି ବୈଷୟିକ ଶିକ୍ଷା ନିର୍ଦ୍ଦେଶକ ଭାବରେ ମିଳିଛି ନୂଆ ନିଯୁକ୍ତି। ସେହିପରି ବୈଷୟିକ ଶିକ୍ଷା ନିର୍ଦ୍ଦେଶକ ଥିବା ଗଙ୍ଗାଧର ସାହୁ ସାଧାରଣ ଅଭିଯୋଗ ବିଭାଗର ନିର୍ଦ୍ଦେଶକ ହୋଇଛନ୍ତି ।

Leave A Reply

Your email address will not be published.