Latest Odisha News

ଫେଡେରର ଆଘାତପ୍ରାପ୍ତ: ୨୦୨୧ ଆରମ୍ଭରେ ଟେନିସକୁ ଫେରିବେ

ଲଣ୍ଡନ: ସୁଇଜରଲାଣ୍ଡର ଷ୍ଟାର ଖେଳାଳି ରୋଜର ଫେଡେରର ୨୦୨୦ରେ ଟେନିସଠାରୁ ଦୂରେଇ ରହିବେ । ଆଣ୍ଠୁ ସମସ୍ୟା ଯୋଗୁ ତାଙ୍କର ପୁନର୍ବାର ଅସ୍ତ୍ରୋପଚାର କରାଯାଇଛି । ୨୦ ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିଥିବା ଫେଡେରର ବୁଧବାର ଟୁଇଟରରେ ଏ ସମ୍ପର୍କରେ ସୂଚନା ଦେଇଥିଲେ । ସମ୍ପୂର୍ଣ୍ଣ ଫିଟ ହେବା ପରେ ଟେନିସକୁ ଫେରିବି ବୋଲି ସେ କହିଛନ୍ତି ।

ଯାହା ଫଳରେ ୨୦୨୧ ଆରମ୍ଭ ପର୍ଯ୍ୟନ୍ତ ସେ ଟେନିସଠାରୁ ଦୂରେଇ ରହିବା ନିଶ୍ଚିତ ହୋଇଛି । ସୂଚନାଯୋଗ୍ୟ, କରୋନା ମହାମାରୀ ସ୍ଥିତି କିଛି ମାତ୍ରାରେ ସାମାନ୍ୟ ହୋଇଥିବାରୁ ଫ୍ରେଂଚ ଓପନ ଓ ୟୁଏସ ଓପନ ଆୟୋଜନ କରିବା ନେଇ ଅୟୋଜକମାନେ ଅଂଟାଭିଡିଛନ୍ତି । ପ୍ରଥମ ଅସ୍ତ୍ରୋପଚାର ସତ୍ୱେ ୩୮ ବର୍ଷୀୟ ଫେଡେରର ଆଣ୍ଠୁରେ ଅପରେଶନ କରାଇଥିଲେ ।

Comments are closed.