Latest Odisha News

BREAKING NEWS

‘ମୋ ବସ୍‌’ରେ କ୍ୟାସ୍‌ଲେସ୍ ଟିକେଟ ସେବା ଆରମ୍ଭ

ଭୁବନେଶ୍ୱର: ମୋ ବସରେ ଆରମ୍ଭ ହୋଇଛି କ୍ୟାସ୍‌ଲେସ୍ ଟିକେଟ ସେବା । କ୍ରୁଟ ପକ୍ଷରୁ କ୍ୟୁଆର କୋଡ଼୍ ମାଧ୍ୟମରେ ଟିକେଟ ସେବା ଆରମ୍ଭ ହୋଇଛି । ବର୍ତ୍ତମାନ ୧୬ ଓ ୨୦ ନମ୍ବର ରୁଟରେ ଏହି ସୁବିଧା ଉପଲବ୍ଧ ରହିଛି । ପରେ ସବୁ ରୁଟ୍‌ରେ କ୍ୟୁଆର କୋଡ଼ ମାଧ୍ୟମରେ ଟିକେଟ କରିହେବ ।

ଯାତ୍ରୀମାନେ ଡିଜିଟାଲ ୱାଲେଟ ବ୍ୟବହାର କରି ଟିକେଟ କରିପାରିବେ । ବସ୍‌ରେ ଚଢ଼ିବା ମାତ୍ରେ ଯାତ୍ରୀମାନେ ଗାଇଡମାନଙ୍କ ପାଖରେ ଥିବା କ୍ୟୁଆର୍ କୋଡ୍‌କୁ ସ୍କାନ କରିପାରିବେ । ସ୍କାନ କରିବା ପରେ ଟିକେଟ୍‌ର ମୂଲ୍ୟ ସିଧାସଳଖ କ୍ରୁଟର ବ୍ୟାଙ୍କ ଆକାଉଂଟକୁ ଯିବ । ସେହିପରି ଖୁବଶୀଘ୍ର ଟିଏପି ଓ ପେ କାର୍ଡ଼ ସେବା ଆରମ୍ଭ ହେବାକୁ ଯାଉଛି । କ୍ରୁଟ୍ ପ୍ରବନ୍ଧକ ଦୀପ୍ତି ମହାପାତ୍ର ଏନେଇ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.