Latest Odisha News

BREAKING NEWS

ଆଇପିଏଲ ୨୦୨୩: ଅଧିନାୟକଙ୍କ ଫଟୋଶୁଟରେ ରୋହିତ ଅନୁପସ୍ଥିତ

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗର ୧୬ତମ ସଂସ୍କରଣ ଆରମ୍ଭ ହେବା ପୂର୍ବରୁ ଗୁରୁବାର ସମସ୍ତ ଟିମର ଅଧିନାୟକଙ୍କ ଫଟୋଶୁଟ କରାଯାଇଥିଲା । ଟ୍ରଫି ଚାରିପଟେ ସମସ୍ତ ଅଧିନାୟକ ରହିଥିବା ବେଳେ ମୁମ୍ବାଇ ଇଣ୍ଡିଆନ୍ସର ରୋହିତ ଶର୍ମା ଅନୁପସ୍ଥିତ ଥିଲେ । ଯାହାକୁ ନେଇ ପ୍ରଶଂସକମାନେ ଚିନ୍ତାରେ ପଡି ଯାଇଥିଲେ । ଟାଇମ୍ସ ଅଫ ଇଣ୍ଡିଆରେ ପ୍ରକାଶିତ ଖବର ଅନୁସାରେ ରୋହିତ ଅସୁସ୍ଥ ଥିବା ଆଶଙ୍କା କରାଯାଉଛି । ସେଥିପାଇଁ ସେ ଫଟୋଶୁଟ ପାଇଁ ଅହମ୍ମଦାବାଦ ଯାଇ ନ ଥିବା କୁହାଯାଇଛି । ବୁଧବାର ରୋହିତ ଏକ ପ୍ରେସମିଟରେ ମୁମ୍ବାଇ ଇଣ୍ଡିଆନ୍ସର ରଣନୀତି ସମ୍ପର୍କରେ ଜଣାଇଥିଲେ ।

ଫଟୋଶୁଟରେ ଚେନ୍ନାଇ ସୁପର କିଙ୍ଗସ ମହେନ୍ଦ୍ର ସିଂ ଧୋନୀ, ଗୁଜରାଟ ଟାଇଟନ୍ସର ହାର୍ଦ୍ଦିକ ପାଣ୍ଡ୍ୟା, ପଞ୍ଜାବ କିଙ୍ଗସର ଶିଖର ଧାୱନ, କୋଲକାତା ନାଇଟ ରାଇଡର୍ସର ନୀତିଶ ରାଣା, ଲକ୍ଷ୍ନୌ ସୁପର ଜ୍ୟାଂଟସର କେଏଲ ରାହୁଲ, ସନରାଇଜର୍ସ ହାଇଦ୍ରାବାଦର ଭୁବନେଶ୍ୱର କୁମାର, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଫାପ ଡୁ ପ୍ଲେସି ଓ ଦିଲ୍ଲୀ କ୍ୟାପିଟାଲ୍ସର ଡେଭିଡ ୱାର୍ଣ୍ଣର ଉପସ୍ଥିତ ଥିଲେ । ମୁମ୍ବାଇ ଇଣ୍ଡିଆନ୍ସ ଏପ୍ରିଲ ୨ରେ ବାଙ୍ଗାଲୋର ବିପକ୍ଷରେ ତାର ଅଭିଯାନ ଆରମ୍ଭ କରିବ । ସେ ସମୟରେ ରୋହିତଙ୍କ ଅନୁପସ୍ଥିତିର ପ୍ରକୃତ କାରଣ ଜଣାପଡିବ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.