Latest Odisha News

BREAKING NEWS

ମୁମ୍ବାଇ ଇଣ୍ଡିଆନ୍ସର ବିଜୟ ପାଇଁ ଏହି ଖେଳାଳିଙ୍କୁ ଶ୍ରେୟ ଦେଲେ ରୋହିତ

ଚେନ୍ନାଇ: ଆଇପିଏଲର ପଞ୍ଚମ ମ୍ୟାଚରେ ଜିତୁ ଜିତୁ ହାରି ଯାଇଛି କୋଲକାତା ନାଇଟ୍ ରାଇଡର୍ସ । କୋଲକାତା ଠାରୁ ୧୦ ରନରେ ମ୍ୟାଚକୁ ଜିତି ନେଇଛି ମୁମ୍ବାଇ ଇଣ୍ଡିଆନ୍ସ । ୧୦ ରନରେ କେକେଆରକୁ ହରାଇବା ପରେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ରୋହିତ ଶର୍ମା କହିଛନ୍ତି ବିଜୟ ରୋମାଞ୍ଚକର ।

ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ଇଣ୍ଡିଆନ୍ସ ସମସ୍ତ ୱିକେଟ୍ ହରାଇ ୧୫୨ ରନ୍ କରିଥିଲା । ୧୫୩ ରନର ପିଛା କରି ବ୍ୟାଟିଂ କରିଥିବା କେକେଆର୍ ୧୫ ଓଭରରେ ୪ ୱିକେଟ୍ ହରାଇ ୧୨୨ ରନ୍ କରିଥିଲା । କେକଆରକୁ ଶେଷ ୫ ଓଭରରେ ଜିତିବା ଲାଗି ମାତ୍ର ୩୧ ରନ୍ ଆବଶ୍ୟକ ଥିଲା । କିନ୍ତୁ ମୁମ୍ବାଇର ଘାତକ ବୋଲିଂ ଆଗରେ ହାର୍ ମାନିଥିଲା ଦଳ, ମାତ୍ର ୨୦ ରନ୍ କରିବାରେ ସକ୍ଷମ ହୋଇଥିଲା ।

ମ୍ୟାଚ୍ ବିଜୟ ପରେ ରୋହିତ କହିଛନ୍ତି- ମ୍ୟାଚ୍ ବିଜୟ ବହୁତ ଆତ୍ମବିଶ୍ୱାସ ଦେବ । ଆରମ୍ଭରୁ କୋଲକାତା ୬ ଓଭର ଭଲ ବ୍ୟାଟିଂ କରିଥିଲା । କିନ୍ତୁ ପାୱାର୍ ପ୍ଲେ ପରେ ରାହୁଲ ଚହର ୱିକେଟ୍ ନେଇଥିଲେ । କ୍ରୁଣାଳ ମଧ୍ୟ ଭଲ ବୋଲିଂ ଦେଇଥିଲେ । ରୋହିତ ବିଜୟର ଶ୍ରେୟ ବୋଲରଙ୍କୁ ଦେବା ସହ ବୋଲିଂ ପାଇଁ ସୂର୍ଯ୍ୟକୁମାର ଯାଦବଙ୍କୁ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.