Latest Odisha News

BREAKING NEWS

ଫ୍ୟାଶନ ଡ଼ିଜାଇନର ରୋହିତ ବଳଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର, ଭେଣ୍ଟିଲେଟରରେ ଭର୍ତ୍ତି

ମୁମ୍ବାଇ : ପ୍ରସିଦ୍ଧ ଫ୍ୟାଶନ ଡିଜାଇନର ରୋହିତ ବଳଙ୍କ ସ୍ୱାସ୍ଥାବସ୍ଥା ଗୁରୁତର ହୋଇଯାଇଛି । ତାଙ୍କୁ ଏନସିଆରର ମେଦାନ୍ତ ହସ୍ପିଟାଲରେ ଭେଣ୍ଟିଲେଟରରେ ରଖାଯାଇଛି । ରୋହିତ ବଳଙ୍କ ସ୍ୱାସ୍ଥ୍ୟ ବିଷୟରେ ଆସୁଥିବା ଖବର ସେଲିବ୍ରିଟି ଏବଂ ସେମାନଙ୍କ ପ୍ରଶଂସକଙ୍କୁ ଚିନ୍ତାରେ ପକାଇଛି । ସୂଚନା ଅନୁଯାୟୀ, ବର୍ତ୍ତମାନ ରୋହିତଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସୁନାହିଁ । ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ପାଇଁ ସମସ୍ତେ ପ୍ରାର୍ଥନା କରୁଛନ୍ତି ।

୨୦୧୦ରେ ତାଙ୍କର ଏକ ବଡ଼ ଆଟାକ୍ ହୋଇଥିଲା ଏବଂ ଏହି କାରଣରୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇଯାଇଥିଲା । ଏହି ଆଟାକ୍ ପରେ ସେ କିଛି ସମୟ ପାଇଁ ଅନେକ କମ୍ପଲିକେଶନର ସମ୍ମୁଖୀନ ହୋଇଥିଲେ । ରୋହିତଙ୍କ ବିଷୟରେ ଆସୁଥିବା ଖବର ଅନୁଯାୟୀ ତାଙ୍କ ଅବସ୍ଥା ଗୁରୁତର ଏବଂ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି ।

ସୂଚନାଯୋଗ୍ୟ, ରୋହିତ ୮ ମେ ୧୯୬୧ରେ ଶ୍ରୀନଗରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ଡିଜାଇନ ମାଧ୍ୟମରେ ସେ ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି । ସେ ଅନେକ ବଲିଉଡ ସେଲିବ୍ରିଟିଙ୍କ ପାଇଁ ପୋଷାକ ଡିଜାଇନ କରିଥାନ୍ତିି । ରୋହିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଫ୍ୟାଶନ ଟେକ୍ନୋଲୋଜିରୁ ଫ୍ୟାଶନ ଡିଜାଇନ ଅଧ୍ୟୟନ କରିଥିଲେ । ଏହା ପରେ ସେ ଡିଜାଇନ ଇଣ୍ଡଷ୍ଟ୍ରିରେ ସ୍ୱାଧୀନ ଭାବରେ କାର୍ଯ୍ୟ କରୁଛନ୍ତି ।

Comments are closed.