Latest Odisha News

BREAKING NEWS

ଟି୨୦ରେ ୧୦,୦୦୦ ରନ କଲେ ହିଟମ୍ୟାନ

ମୁମ୍ବାଇ: ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା ଟି୨୦ କ୍ରିକେଟରେ ୧୦,୦୦୦ ରନ କ୍ଲବରେ ସାମିଲ ହୋଇଛନ୍ତି । କିଙ୍ଗସ ଏକାଦଶ ପଞ୍ଜାବ ବିପକ୍ଷରେ ୨୮ରନ ଇନିଂସ ଅବସରରେ ସେ ଏହି ସଫଳତା ହାସଲ କରିଛନ୍ତି । ବିରାଟ କୋହଲିଙ୍କ ପରେ ଭାରତର ୨ୟ ଖେଳାଳି ଏବଂ ଓଭରାଲ ୭ମ ଆନ୍ତର୍ଜାତୀୟ କ୍ରିକେଟର ଭାବେ ଏହି କୀର୍ତିମାନ ହାସଲ କରିଛନ୍ତି ।

ହିଟମ୍ୟାନ ୩୭୫ ମ୍ୟାଚରେ ୧୦୦୦୩ ରନ କରିଥିବା ବେଳେ କୋହଲି ୩୩୦ ମ୍ୟାଚରେ ୧୦୩୭୯ ରନ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଅଷ୍ଟ୍ରେଲିଆର ଡେଭିଡ ୱାର୍ଣ୍ଣର ୧୦୩୭୩, ଆରୋନ ଫିଂଚ ୧୦୪୯୯, ୱେଷ୍ଟଇଣ୍ଡିଜର କିରନ ପୋଲାର୍ଡ ୧୧୪୭୪, ପାକିସ୍ତାନର ଶୋଏବ ମଲିକ ୧୧୬୯୮ ଓ ୱେଷ୍ଟଇଣ୍ଡିଜର କ୍ରିସ ଗେଲ ୧୪୫୬୨ ରନ ସଂଗ୍ରହ କରିଛନ୍ତି ।

Leave A Reply

Your email address will not be published.