Latest Odisha News

BREAKING NEWS

୯୦୦୦ ରନ କ୍ଲବରେ ରୋହିତ, ଛକା ମାରି ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କଲେ ସୂର୍ଯ୍ୟକୁମାର

ଅହମ୍ମଦାବାଦ: ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟି୨୦ କ୍ରିକେଟରେ ଭାରତର ହିଟମ୍ୟାନ ରୋହିତ ଶର୍ମା ୯୦୦୦ ରନ କ୍ଲବରେ ସାମିଲ ହୋଇଛନ୍ତି । ବିରାଟ କୋହଲି (୯୬୫୦ରନ) ଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ ସେ ଏହି କିର୍ତିମାନ ସ୍ଥାପନ କରିଛନ୍ତି । ରୋହିତ ବ୍ୟକ୍ତିଗତ ୧୨ ରନ କରିବା ପରେ ଏହି ସଫଳତା ହାସଲ କରିଥିଲେ । ଟି୨୦ କ୍ରିକେଟରେ ସର୍ବାଧିକ ରନ ୱେଷ୍ଟଇଣ୍ଡିଜ କ୍ରିକେଟର କ୍ରିସ ଗେଲଙ୍କ ନାମରେ ରହିଛି । ସେ ୧୩୨୯୬ରନ କରିଛନ୍ତି । ତାଙ୍କ ପଛକୁ କାଇରେନ ପୋଲାର୍ଡ (୧୦୩୭୦), ଶୋଏବ ମଲିକ(୯୯୨୬), ବ୍ରେଣ୍ଡନ ମ୍ୟାକକୁଲାମ (୯୯୨୨) ରହିଛନ୍ତି । ସେହିପରି ରୋହିତ ଏହି ମ୍ୟାଚରେ ଘରୋଇ ମାଟିରେ ପ୍ରଥମ ଖେଳାଳି ଭାବେ ୫୦ ଛକା ମାରିଛନ୍ତି ।

ସୂର୍ଯ୍ୟଙ୍କ ଛକା:ପଦାର୍ପଣ ଆନ୍ତର୍ଜାତୀୟ ମ୍ୟାଚରେ ସୂର୍ଯ୍ୟକୁମାର ଯାଦବ ସମ୍ପୂର୍ଣ୍ଣ ଷ୍ଟାଇଲରେ ଏଂଟ୍ରି ମାରିଛନ୍ତି । ସେ ପ୍ରଥମ ବଲରେ ଛକା ମାରିବା ସହ ଆକର୍ଷଣୀୟ ଅର୍ଦ୍ଧଶତକ ମଧ୍ୟ ହାସଲ କରିଛନ୍ତି । ୫ମ ଭାରତୀୟ ଭାବେ ପଦାର୍ପଣ ଟି୨୦ ମୁକାବିଲାରେ ସେ ଅର୍ଦ୍ଧଶତକ ହାସଲ କରିଛନ୍ତି । ଅଜିଙ୍କ୍ୟ ରାହାନେ, ଈଶାନ କିଶାନ, ରୋହିତ ଶର୍ମା ଓ ରବିନ ଉଥପ୍ପା ପୂର୍ବରୁ ପଦାର୍ପଣ ମ୍ୟାଚରେ ଅର୍ଦ୍ଧଶତକ ହାସଲ କରିଥିଲେ ।

Leave A Reply

Your email address will not be published.