ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଦୁଇ ମହାନ ଖେଳାଳି ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ପୂର୍ବ କ୍ରିକେଟର କରିବା ପାଇଁ ଯୋଜନା ପ୍ରସ୍ତୁତ ହୋଇସାରିଛି । ୭ ମାସ ପରେ ଏବେ ଏହି ଦୁଇ ମହାନ ଖେଳାଳିଙ୍କୁ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ପାଇଁ ଭାରତୀୟ ଦଳରେ ସାମିଲ କରାଯାଇଛି । ରୋହିତଙ୍କୁ ଅଧିନାୟକ ପଦରୁ ହଟାଯାଇ ଶୁଭମଦ ଗିଲଙ୍କୁ ଏହି ଦାୟିିତ୍ୱ ପ୍ରଦାନ କରାଯାଇଛି । ୨୦୨୭ ଦିନିକିଆ ବିଶ୍ୱକପ ଖେଳିବା ସ୍ୱପ୍ନ ଦେଖୁଥିବା କୋହଲି, ରୋହିତ ନିରାଶ ହେବା ସ୍ୱାଭାବିକ । କୋଚ ଗୌତମ ଗମ୍ଭୀର ଓ ଚୟନ କମିଟି ମୂଖ୍ୟ ଅଜିତ ଅଗରକର ଏହି ଦୁଇ ଖେଳାଳିଙ୍କୁ ହଟାଇବା ପାଇଁ ସ୍ୱତନ୍ତ୍ର ଷଡଯନ୍ତ୍ର ରଚିଛନ୍ତି କହିଲେ ଭୁଲ ହେବନି । ଟେଲିଗ୍ରାଫରେ ପ୍ରକାଶିତ ଏକ ରିପୋର୍ଟରେ ଏ ସମ୍ପର୍କରେ ଉଲ୍ଲେଖ କରାଯାଇଛି । ୨୦୨୭ ପୂର୍ବରୁ ସେମାନଙ୍କୁ ପୂର୍ବତନ ଖେଳାଳି କରିବା ପାଇଁ ରଚାଯାଇଥିବା ଯୋଜନା ସଫଳ ହେବାରେ ଲାଗିଛି । ଏଥିରେ ବିସିସିଆଇର କିଛି ଅଧିକାରୀମାନେ ଗମ୍ଭୀର, ଅଗରକରଙ୍କୁ ଏ ନେଇ ସବୁଜ ସଙ୍କେତ ଦେଇଛନ୍ତି ।
୨୦୨୭ ବିଶ୍ୱକପ ବେଳକୁ ରୋହିତ ୪୦ ଏବଂ କୋହଲି ୩୯ ବର୍ଷର ହୋଇ ସାରିଥିବେ । ଶୁଭମନ ଗିଲଙ୍କୁ ମଧ୍ୟ ଦିନିକିଆ ଅଧିନାୟକ କରାଯିବା ନେଇ ପ୍ଲାନ ଆଗୁଆ ପ୍ରସ୍ତୁତ ଥିଲା । କିଛି ଦିନ ତଳେ ଏକ ରିପୋର୍ଟ ପ୍ରକାଶ ପାଇଥିଲା ଯେ, ଅଷ୍ଟ୍ରେଲିଆ ସିରିଜ ସେମାନଙ୍କ ଶେଷ ଆନ୍ତର୍ଜାତୀୟ ମୁକାବିଲା ହେବ । ଏପରିକି ନ୍ୟୁଜିଲାଣ୍ଡ ବିପକ୍ଷରେ ମଧ୍ୟ ସେମାନଙ୍କୁ ଦଳରେ ନିଆଯାଇ ନ ପାରେ । ଅଷ୍ଟ୍ରେଲିଆ ଗସ୍ତରେ ଯଦି ଏହି ଦୁଇ ଖେଳାଳି କିଛି ଅବିସ୍ମରଣୀୟ ଇନିଂସ ଖେଳିବେ ତେବେ କଥା ଭିନ୍ନ ହୋଇପାରେ । ରୋହିତ ଓ ବିରାଟଙ୍କ ପ୍ରତି ଅନ୍ୟାୟ ହୋଇଥିବା ପୂର୍ବତନ ଖେଳାଳିମାନେ ମତ ଦେବା ଆରମ୍ଭ କରିଛନ୍ତି ।
Comments are closed.