Latest Odisha News

ଟି୨୦ରେ ଆଉ ୬ ଛକା ମାରିଲେ ୫୦୦ କ୍ଲବରେ ସାମିଲ ହେବେ ରୋହିତ

ମୁମ୍ବାଇ: ମୁମ୍ବାଇ ଇଣ୍ଡିଆନ୍ସର ପୂର୍ବତନ ଅଧିନାୟକ ରୋହିତ ଶର୍ମା ଚଳିତ ଆଇପିଏଲରେ ନିଜ ନାମରେ ଆଉ ଏକ କୀର୍ତିମାନ ଯୋଡିବାକୁ ଯାଉଛନ୍ତି । ସେ ଯଦି ଆଉ ୬ଟି ଛକା ମାରିବେ ତେବେ ଟି୨୦ କ୍ରିକେଟରେ ଏହି କୀର୍ତିମାନ ହାସଲ କରିବାରେ ୫ମ ଖେଳାଳି ହେବେ । ସେ ୨୪୭ ଆଇପିଏଲ ମ୍ୟାଚରୁ ୨୬୪ ଓ ୧୫୧ ଟି୨୦ ମ୍ୟାଚରେ ୧୯୦ ଛକା ମାରିଛନ୍ତି । ଏହା ବ୍ୟତୀତ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ବିପକ୍ଷରେ ସର୍ବାଧିକ ରନ ସଂଗ୍ରହ କରିବା ରେକର୍ଡ ଭାଙ୍ଗିବା ସୁଯୋଗ ମଧ୍ୟ ତାଙ୍କ ନିକଟରେ ରହିଛି । ଡେଭିଡ ୱାର୍ଣ୍ଣର ୮୬୧ ରନ କରିଥିବା ବେଳେ ରୋହିତ ୭୯୩ ରନ କରି ତାଙ୍କ ପଛକୁ ରହିଛନ୍ତି ।

ଟି୨୦ କ୍ରିକେଟରେ ୱେଷ୍ଟଇଣ୍ଡିଜର କ୍ରିସ ଗେଲ ସର୍ବାଧିକ ୧୦୫୬ ଛକା ମାରି ଶୀର୍ଷରେ ରହିଛନ୍ତି । ତାଙ୍କ ପଛକୁ କିରନ ପୋଲାର୍ଡ (୮୬୦), ଆନ୍ଦ୍ରେ ରସେଲ (୬୭୮), କର୍ଲିନ ମୁନରୋ(୫୪୮), ରୋହିତ ଶର୍ମା (୪୯୪) ଓ ଆଲେକ୍ସ ହେଲ(୪୯୪) ରହିଛନ୍ତି ।

Leave A Reply

Your email address will not be published.