Latest Odisha News

ବାଂଲାଦେଶ ବିପକ୍ଷ ସିରିଜରେ ସେହ୍ୱାଗଙ୍କ ରେକର୍ଡ ଭାଙ୍ଗି ପାରନ୍ତି ରୋହିତ

ନୂଆଦିଲ୍ଲୀ: ଶ୍ରୀଲଙ୍କା ଗସ୍ତ ପରେ ଭାରତୀୟ କ୍ରିକେଟ ଟିମ ୪୩ ଦିନର ବ୍ରେକ ପାଇବା ପରେ ଏବେ ଘରୋଇ ପରିବେଶରେ ବାଂଲାଦେଶ ବିପକ୍ଷରେ ଟେଷ୍ଟ ଓ ଟି୨୦ ମ୍ୟାଚ ଖେଳିବ । ଖୁବ ଶୀଘ୍ର ଏଥିପାଇଁ ଭାରତୀୟ ଦଳର ଘୋଷଣା କରାଯିବ । ଏହି ସିରିଜରେ ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମାଙ୍କ ଉପରେ ସମସ୍ତଙ୍କ ନଜର ରହିବ । ରୋହିତ ଯଦି ଏହି ଟେଷ୍ଟ ସିରିଜରେ ୭ଟି ଛକା ମାରିବେ ତେବେ ନିଜ ଦେଶର ମହାନ ଖେଳାଳି ବୀରେନ୍ଦ୍ର ସେହ୍ୱାଗଙ୍କ ରେକର୍ଡ ଭାଙ୍ଗିବେ । ଟେଷ୍ଟ କ୍ରିକେଟରେ ଭାରତ ପକ୍ଷରୁ ସର୍ବାଧିକ ଛକା ସେହ୍ୱାଗ(୯୦) ମାରିଛନ୍ତି । ରୋହିତ ୮୪ ଛକା ସହ ତାଙ୍କ ପଛକୁ ରହିଛନ୍ତି ।

ଅନ୍ୟମାନଙ୍କ ମଧ୍ୟରେ ମହେନ୍ଦ୍ର ସିଂ ଧୋନୀ(୭୮), ସଚିନ ତେନ୍ଦୁଲକର(୬୯) ଓ ରବୀନ୍ଦ୍ର ଜାଡେଜା(୬୪) ରହିଛନ୍ତି । ଟେଷ୍ଟ କ୍ରିକେଟରେ ଓଭରାଲ ବେନ ଷ୍ଟୋକ୍ସ ସର୍ବାଧିକ ୧୩୧ ଛକା ମାରିଛନ୍ତି । ବ୍ରେଣ୍ଡନ ମ୍ୟାକକୁଲାମ (୧୦୭) ଓ ଆଡାମ ଗିଲକ୍ରିଷ୍ଟ ୧୦୦ ଛକା ମାରି ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି । ରୋହିତ ଆନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ଛକା ମାରିବାରେ ରେକର୍ଡ କରିଛନ୍ତି । ସେ ୩ଟି ଯାକ ଫର୍ମାଟରେ ୪୮୩ ମ୍ୟାଚ ଖେଳି ୬୨୦ ଛକା ମାରିଛନ୍ତି ।

Comments are closed.