Latest Odisha News

BREAKING NEWS

ରୋହିତଙ୍କ ନାମରେ ବିଶ୍ୱରେକର୍ଡ

ଦୁବାଇ: ଭାରତର ମହାନ ବ୍ୟାଟ୍ସମ୍ୟାନ ତଥା ଅଧିନାୟକ ରୋହିତ ଶର୍ମା ବିଶ୍ୱରେକର୍ଡ ସ୍ଥାପନ କରିଛନ୍ତି । ପାକିସ୍ତରାନ ବିପକ୍ଷ ଚାମ୍ପିୟନ୍ସ ଟ୍ରଫି କ୍ରିକେଟ ଅବସରରେ ସେ ଓପନର ଭାବେ ସଚିନ ତେନ୍ଦୁଲକରଙ୍କ ବିଶ୍ୱରେକର୍ଡ ଭଙ୍ଗ କରିଛନ୍ତି । ରୋହିତ ଓପନର ଭାବେ ଦିନିକିଆ କ୍ରିକେଟରେ ଦ୍ରୁତ ୯୦୦୦ ରନ ପୂର୍ଣ୍ଣ କରିଛନ୍ତି । ସେ ଏଥିପାଇଁ ୧୮୧ ଇନିଂସ ଖେଳିଥିଲେ । ପୂର୍ବରୁ ଏହି ରେକର୍ଡ ଭାରତର ସଚିନଙ୍କ ନାମରେ ଥିଲା । ସଚିନ ୧୯୭ ଇନିଂସରେ ୯୦୦୦ ରନ କରିଥିଲେ । ରୋହିତ ଏଥିସହ ସଚିନଙ୍କ ବ୍ୟତୀତ ସୌରଭ ଗାଙ୍ଗୁଲି, ସନଥ ଜୟସୂରୀୟା, କ୍ରିସ ଗେଲ, ଆଡାମ ଗିଲକ୍ରିଷ୍ଟଙ୍କ ପରି ମହାନ ଖେଳାଳିଙ୍କୁ ପଛରେ ପକାଇ ଦେଇଛନ୍ତି ।

୯୦୦୦ ରନ କରିବା ପାଇଁ ଗାଙ୍ଗୁଲି ୨୩୧, ଗେଲ ୨୪୬, ଗିଲକ୍ରିଷ୍ଟ ୨୫୩ ଓ ଜୟସୂରିୟା ୨୬୮ ଇନିଂସ ଖେଳିଥିଲେ । ପାକିସ୍ତାନ ଚାମ୍ପିୟନ୍ସ ଟ୍ରଫିରେ ଭାରତ ସମ୍ମୁଖରେ ୨୪୨ ରନର ବିଜୟ ଲକ୍ଷ୍ୟ ରଖିଛି । ରନ ଚେଜ ଅବସରରେ ରୋହିତ ୧୫ ବଲରେ ୨୦ ରନ କରି ପ୍ୟାଭିଲିୟନ ଫେରି ଯାଇଛନ୍ତି । ସବିଶେଷ ଖବର ହସ୍ତଗତ ବେଳକୁ ଭାରତ ୧୦ ଓଭରରେ ରୋହିତଙ୍କ ୱିକେଟ ହରାଇ ୬୪ ରନ ସଂଗ୍ରହ କରିନେଇଛି ।

Comments are closed.