Latest Odisha News

BREAKING NEWS

୨୨ ବର୍ଷର ରେକର୍ଡ ଭାଙ୍ଗିଲେ ହିଟମ୍ୟାନ୍ ରୋହିତ

କଟକ: କଟକ ବାରବାଟୀରେ ୱେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଭାରତର ରୋହିତ ଶର୍ମା ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି ।

ସେ ବ୍ୟକ୍ତିଗତ ଭାବେ ୯ ରନ କରିଥିବା ବେଳେ ଓପନର ଭାବେ ଶ୍ରୀଲଙ୍କାର ସନଥ ଜୟସୂରୀୟାଙ୍କ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସଂଗ୍ରହ କରିଥିବା ସର୍ବାଧିକ ରନର ରେକର୍ଡକୁ ଭଙ୍ଗ କରିଥିଲେ । ଆଜିକୁ ୨୨ ବର୍ଷ ତଳେ ୧୯୯୭ରେ ଜୟସୂରିୟା ୨୩୮୭ ରନ ସଂଗ୍ରହ କରିଥିଲେ ।

ଏହି ମ୍ୟାଚରେ ରୋହିତ କ୍ୟାରିୟରର ୪୩ତମ ଅର୍ଦ୍ଧଶତକ ମଧ୍ୟ ହାସଲ କରିଛନ୍ତି । ରୋହିତ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ୨୪୪୨ ରନ ସଂଗ୍ରହ କରିଛନ୍ତି ।

ଟିମ୍ ଇଣ୍ଡିଆର ହିଟମ୍ୟାନ ଭାବେ ବିବେଚିତ ରୋହିତ ଚଳିତ ବର୍ଷ ୫ ଟେଷ୍ଟରେ ୫୫୬, ଟି୨୦ରେ ୧୪ ମ୍ୟାଚରେ ୩୯୬ ରନ ସଂଗ୍ରହ କରିଛନ୍ତି । ଦିନିକିଆରେ ସେ ସର୍ବାଧିକ ୧୪୯୦ ରନ କରିଥିଲେ । ରୋହିତ ଓ ଲୋକୋଶ ରାହୁଲ ପ୍ରଥମ ଉଇକେଟରେ ୧୨୨ରନ ସଂଗ୍ରହ କରିଥିଲେ ।

୨୦୧୯ରେ ଭାରତ ପକ୍ଷରୁ ସେ ଦିନିକିଆରେ ସର୍ବାଧିକ ରନ ମଧ୍ୟ ସଂଗ୍ରହ କରିଛନ୍ତି । ଏହି ମ୍ୟାଚରେ ରୋହିତ ୬୩ ରନ କରି ଆଉଟ ହୋଇଥିଲେ ।

Leave A Reply

Your email address will not be published.