Latest Odisha News

BREAKING NEWS

କଏନ କେଉଁଠାରେ ରଖିଛନ୍ତି ଭୁଲିଗଲେ ରୋହିତ

ନ୍ୟୁୟର୍କ: ଚଳିତ ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନରେ ବର୍ଷା ବାଧକ ସାଜିଛି । ବ୍ୟଗ୍ରତା ସହକାରେ ଅପେକ୍ଷା କରିଥିବା ପ୍ରଶଂସକମାନେ ଏଥିନେଇ ନିରାଶ ଅଛନ୍ତି । ପାକିସ୍ତାନ ଅଧିନାୟକ ବାବର ଆଜମ ଟସ ଜିତି ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଛନ୍ତି । ଭାରତ ଗୋଟିଏ ଓଭରରେ ୮ ରନ କରିଥିବା ବେଳେ ବର୍ଷା ଯୋଗୁ ମ୍ୟାଚ ବନ୍ଦ ରଖା ଯାଇଥିଲା । ଏହି ମ୍ୟାଚ ଅବସରରେ ଭୁଲା ମନ ରୋହିତ ଟସ ପକାଇବାକୁ ପଡିଆକୁ ଯାଇଥିଲେ । ଟିମ ଇଣ୍ଡିଆର ପୂର୍ବତନ କୋଚ ରବି ଶାସ୍ତ୍ରୀ ଦୁଇ ଅଧିନାୟକଙ୍କ ପରିଚୟ କରାଇଥିଲେ ।

ଟସ ପକାଇବାକୁ ଯିବା ପୂର୍ବରୁ ରୋହିତ କଏନ କେଉଁଠାରେ ରଖିଛନ୍ତି ଭୁଲି ଯାଇଥିଲେ । ବହୁତ ଖୋଜାଖୋଜି କରିବା ପରେ ରୋହିତ ପକେଟରୁ କଏନ ପାଇଥିଲେ । ଅବଶ୍ୟ ଟସ ତାଙ୍କ ସପକ୍ଷରେ ଯାଇ ନ ଥିଲା । ଟି୨୦ ବିଶ୍ୱକପରେ ଉଭୟ ଦଳ ୭ଟି ମୁକାବିଲାରେ ସାମ୍ନା ସାମ୍ନି ହୋଇଛନ୍ତି । ଭାରତ ୬ ଓ ପାକିସ୍ତାନ ଗୋଟିଏ ମ୍ୟାଚରେ ବିଜୟୀ ହୋଇଛନ୍ତି ।

Leave A Reply

Your email address will not be published.