Latest Odisha News

BREAKING NEWS

ଡବ୍ଲ୍ୟୁଟିସି ଫାଇନାଲ ପୂର୍ବରୁ ଭାରତକୁ ଝଟକା, ରୋହିତ ଆଘାତପ୍ରାପ୍ତ

ଦି ଓଭାଲ: ଜୁନ ୭ରୁ ଇଂଲଣ୍ଡର ଓଭାଲ ଗ୍ରାଉଣ୍ଡରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ମ୍ୟାଚ ଖେଳାଯିବ । ତେବେ ଏହାର ଠିକ ଦିନକ ପୂର୍ବରୁ ଭାରତକୁ ଶକ୍ତ ଧକ୍କା ଲାଗିଛି । ଅଧିନାୟକ ରୋହିତ ଶର୍ମା ଅଭ୍ୟାସ ସେଶନ ଅବସରରେ ଆଘାତପ୍ରାପ୍ତ ହୋଇଛନ୍ତି । ଏପରିକି ସେ ଫାଇନାଲରୁ ଓହରିବା ନେଇ ମଧ୍ୟ ଆଶଙ୍କା ବ୍ୟକ୍ତ କରାଯାଉଛି । ଗତ ବର୍ଷ ମଧ୍ୟ ରୋହିତ ଇଂଲଣ୍ଡ ବିପକ୍ଷ ୫ମ ଟେଷ୍ଟରେ ମଧ୍ୟ ଆଘାତ ସମସ୍ୟା ଯୋଗୁ ଓହରି ଯାଇଥିଲେ । ତାଙ୍କ ସ୍ଥାନରେ ଯଶପ୍ରୀତ ବୁମରାହ ଦଳର ନେତୃତ୍ୱ ନେଇଥିଲେ । ମଙ୍ଗଳବାର ଅଭ୍ୟାସ କରୁଥିବା ବେଳେ ଡାହଣ ହାତର ଆଙ୍ଗୁଳିରେ ବଲ ବାଜିଥିଲା ।

BjdElectrycity

ଏହା ପରେ ସେ ଆଉ ଅଭ୍ୟାସ କରିବାକୁ ଆସି ନ ଥିଲେ । ୨୦୨୨ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ଭାରତ ହାରିବା ପରେ ବିରାଟ କୋହଲିଙ୍କ ବଦଳରେ ରୋହିତ ସମସ୍ତ ଫର୍ମାଟର ନେତୃତ୍ୱ ଭାର ସମ୍ଭାଳିଥିଲେ । ତାଙ୍କ ନେତୃତ୍ୱରେ ଭାରତ ଘରୋଇ ପରିବେଶରେ ଅଷ୍ଟ୍ରେଲିଆ ବିପକ୍ଷରେ ସିରିଜ ବିଜୟୀ ହୋଇ ଫାଇନାଲରେ ପଂହଚିଥିଲା । ତେବେ ରୋହିତ ଖେଳିବେ କି ନାହିଁ ବିଧିବଦ୍ଧ ଭାବେ କୌଣସି ଘୋଷଣା କରାଯାଇ ନ ଥିବାରୁ ପ୍ରଶଂସକମାନେ ସେ ଫାଇନାଲରେ ଖେଳିବେ ବୋଲି ଆଶାୟୀ ଅଛନ୍ତି ।

Leave A Reply

Your email address will not be published.