Latest Odisha News

BREAKING NEWS

ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଧୂଆଁଧାର ବ୍ୟାଟିଂ, ଆଫଗାନିସ୍ତାନ ସମ୍ମୁଖରେ ୨୧୧ ରନର ଲକ୍ଷ୍ୟ

ଆବୁଧାବି: ଚଳିତ ଟି୨୦ ବିଶ୍ୱକପ କ୍ରିକେଟରେ ବୁଧବାର ଭାରତ ପ୍ରଥମେ ବ୍ୟାଟିଂ କରି ରୋହିତ ଶର୍ମା ଓ କେଏଲ ରାହୁଲଙ୍କ ବିସ୍ଫୋରକ ଅର୍ଦ୍ଧଶତକ ସହାୟତାରେ ଆଫଗାନିସ୍ତାନ ସମ୍ମୁଖରେ ୨୧୧ ରନର ବିଜୟ ଲକ୍ଷ୍ୟ ରଖ୍‌ôଛି । ଜବାବରେ ଆଫଗାନିସ୍ତାନ ୩.୧ ଓଭରରେ ୨ ଉଇକେଟ ହରାଇ ୧୩ ରନ କରି ବିପଦରେ ପଡିଛି । ପ୍ରଥମ ଥର ପାଇଁ ଭାରତୀୟ ବ୍ୟାଟ୍ସମ୍ୟାନ ସେମାନଙ୍କ ଦକ୍ଷତା ମୁତାବକ ପ୍ରଦର୍ଶନ କରିଛନ୍ତି ।

ରୋହିତ ୭୪ ଏବଂ ରାହୁଲ ୬୯ ରନର ଇନିଂସ ଖେଳି ଆଉଟ ହେବା ପରେ ଅଧିନାୟକ ବିରାଟ କୋହଲି ବ୍ୟାଟିଂ କରିବାକୁ ଆସି ନ ଥିଲେ । ସେ ରିଷଭ ପନ୍ତ ଏବଂ ପରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଏହି ସୁଯୋଗ ଦେଇଥିଲେ । ପନ୍ତ ୧୩ ବଲରୁ ୨୭ ଏବଂ ପାଣ୍ଡ୍ୟା ସମାନ ସଂଖକ ବଲରେ ୩୫ ରନ କରି ନଟ ଆଉଟ ରହିଥିଲେ ।

Comments are closed.