ଦୁବାଇ: ଚଳିତ ଚାମ୍ପିୟନ୍ସ ଟ୍ରଫି କ୍ରିକେଟରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ଭଲ ପ୍ରଦର୍ଶନ କରି ସେମିଫାଇନାଲରେ ପ୍ରବେଶ କରିଛି । ଟିମ ଇଣ୍ଡିଆ ତାର ଶେଷ ଲିଗ ମ୍ୟାଚ ମାର୍ଚ୍ଚ ୨ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବ । ନିୟମିତ ଅଧିନାୟକ ରୋହିତ ଏବଂ ଉପ ଅଧିନାୟକ ଶୁଭମନ ଗିଲ ଅଭ୍ୟାସ ସେଶନରେ ଯୋଗ ଦେଇ ନ ଥିଲେ । ଅନ୍ୟ ଏକ ରିପୋର୍ଟ ଅନୁସାରେ ରୋହିତ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ବିଶ୍ରାମ ନେଇ ପାରନ୍ତି । ବୁଧବାର ରାତିରେ ଟିମ ଇଣ୍ଡିଆର ଅନ୍ୟ ସଦସ୍ୟମାନେ କଡା ଅଭ୍ୟାସ କରିଥିଲେ । ବିରାଟ କୋହଲି ଓ ମହମ୍ମଦ ସାମୀ ନେଟ୍ସରେ ଦୀର୍ଘ ସମୟ ଝାଲ ବୁହାଇଥିଲେ ।
ଦଳର ବୋଲିଂ କୋଚ ବ୍ୟକ୍ତିଗତ କାରଣରୁ ସ୍ୱଦେଶ ଯାଇଥିଲେ ଏବେ ସେ ପୂନର୍ବାର ଦଳ ସହିତ ଯୋଗ ଦେଇଛନ୍ତି । ମାର୍ଚ୍ଚ ୪ରେ ସେମିଫାଇନାଲ ଓ ୯ରେ ଫାଇନାଲ ମ୍ୟାଚ ଖେଳାଯିବ ଟିମ ମ୍ୟାନେଜମେଂଟ ରୋହିତଙ୍କୁ ନେଇ କୌଣସି ରିସ୍କ ନେବାକୁ ଚାହୁଁନି । ରିଷଭ ପନ୍ତ ନେଟ୍ସରେ ଅଭ୍ୟାସ କରିଥିଲେ । ସେ ଭାଇରାଲ ଫିଭରରେ ଆକ୍ରାନ୍ତ ହେବା ପରେ ଏବେ ସୁସ୍ଥ ହୋଇଛନ୍ତି । ତେବେ ତାଙ୍କ ଖେଳିବା ନେଇ ଟିମ ମ୍ୟାନେଜମେଂଟ ପକ୍ଷରୁ କିଛି କୁହାଯାଇ ନାହିଁ ।
Comments are closed.