Latest Odisha News

BREAKING NEWS

ଧୋନୀ, କୋହଲିଙ୍କ ସହ ସ୍ୱତନ୍ତ୍ର କ୍ଲବରେ ସାମିଲ ହେଲେ ରୋହିତ

ହାଇଦ୍ରାବାଦ: ଆଇପିଏଲ ୨୦୨୪ ସଂସ୍କରଣରେ ବୁଧବାର ସନରାଇଜର୍ସ ହାଇଦ୍ରାବାଦ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଉଥିବା ମ୍ୟାଚ ଅବସରରେ ରୋହିତ ଶର୍ମା ଆଉ ଏକ କୀର୍ତିମାନ ହାସଲ କରିଛନ୍ତି । କୌଣସି ଏକ ଫ୍ରାଂଚାଇଜ ପକ୍ଷରୁ ସେ ୨୦୦ ମ୍ୟାଚ ଖେଳିବା ଗୌରବ ହାସଲ କରିଛନ୍ତି । ସେ ଏଥିସହ ମହେନ୍ଦ୍ର ସିଂ ଧୋନୀ ଓ ବିରାଟ କୋହଲିଙ୍କ ପରେ ତୃତୀୟ ଖେଳାଳି ଭାବେ ୨୦୦ ମ୍ୟାଚ ଖେଳିଛନ୍ତି । ଚେନ୍ନାଇ ସୁପର କିଙ୍ଗସ ପକ୍ଷରୁ ମହେନ୍ଦ୍ର ସିଂ ଧୋନୀ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ତରଫରୁ କୋହଲି ଏହି ସଫଳତା ହାସଲ କରି ସାରିଛନ୍ତି ।

ରୋହିତ ଆଇପିଏଲରେ ଓଭରାଲ ୨୪୪ ମ୍ୟାଚ ଖେଳିଛନ୍ତି । ସେ ୧୩୦ ଷ୍ଟ୍ରାଇକ ରେଟରେ ୬୨୫୨ ରନ ହାସଲ କରିଛନ୍ତି । ଏଥିରେ ୧ ଶତକ ଓ ୪୨ ଅର୍ଦ୍ଧଶତକ ସାମିଲ । ଧୋନୀ ଆଇପିଏଲରେ ସର୍ବାଧିକ ୨୫୨ ମ୍ୟାଚ ଖେଳି ୫୦୮୨ ରନ କରିଛନ୍ତି । ଏଥିରେ ୨୪ ଅର୍ଦ୍ଧଶତକ ସାମିଲ । ସେହିପରି କୋହଲି ଓଭରାଲ ୨୩୯ ମ୍ୟାଚ ଖେଳି ୭୩୬୧ ରନ କରିଛନ୍ତି । ଏଥିରେ ୭ ଶତକ ଓ ୫୧ ଅର୍ଦ୍ଧଶତକ ସାମିଲ ।

Leave A Reply

Your email address will not be published.