Latest Odisha News

୨୦୨୭ ବିଶ୍ୱକପ ଖେଳିବେ ବୋଲି କହିଲେ ରୋହିତ

ମୁମ୍ବାଇ: ୨୦୨୩ ଭାରତୀୟ କ୍ରିକେଟପ୍ରେମୀଙ୍କ ପାଇଁ ନୈରାଶ୍ୟର ବର୍ଷ ଥିଲା । ଭଲ ପ୍ରଦର୍ଶନ ସତ୍ୱେ ଦିନିକିଆ ବିଶ୍ୱକପ ଓ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ଭାରତ ପରାଜିତ ହୋଇଥିଲା । ରୋହିତ ଶର୍ମା ଦଳର ନେତୃତ୍ୱ ନେଇଥିଲେ । ଏବେ ରୋହିତଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ଟି୨୦ ବିଶ୍ୱକପ ଖେଳିବାକୁ ଯାଉଛି । ଏହା ପୂର୍ବରୁ ଚଳିତ ଆଇପିଏଲ ଅବସରରେ ରୋହିତ ତାଙ୍କ ଭବିଷ୍ୟତ ନେଇ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ମୁଁ ଏବେ ଭଲ କ୍ରିକେଟ ଖେଳୁଛି । ଯଦି ଫିଟ ରୁହେ ତେବେ ୨୦୨୭ ବିଶ୍ୱକପ ଓ ୨୦୨୫ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ଖେଳିବି ବୋଲି ଦୃଢ଼ତା ସହକାରେ କହିଛନ୍ତି । ବିଶ୍ୱକପ ପରାଜୟ ଏବେ ବି ମନରୁ ଲିଭି ନାହିଁ । ଅଳ୍ପକେ ଆମେ କପ ହାତଛଡା କରିଥିଲୁ ।

ଟି୨୦ ଅପେକ୍ଷା ଦିନିକିଆ ବିଶ୍ୱକପର ମଜା ଅଲଗା ବୋଲି ହିଟମ୍ୟାନ କହିଛନ୍ତି । ଆଇପିଏଲ ଆରମ୍ଭରୁ ଯେଉଁ କେତେଜଣ ଖେଳାଳି ଏଥିରେ କ୍ରମାଗତ ଖେଳିବା ଜାରୀ ରଖିଛନ୍ତି ସେମାନଙ୍କ ମଧ୍ୟରେ ରୋହିତ ଅନ୍ୟତମ । ଆଇପିଏଲ ସମ୍ପର୍କରେ ପଚରାଯିବାରୁ ସେ କହିଥିଲେ, ଏବେ ଏହା ବହୁତ ଆଗକୁ ବଢ଼ିଯାଇଛି । କୌଣସି ଟିମକୁ ଅଣଦେଖା କରିହେବ ନାହିଁ । ଆଧୂନିକ କ୍ରିକେଟର ସ୍ୱରୂପ ଏହା ବଦଳାଇ ଦେଇଛି ବୋଲି ସେ କହିଛନ୍ତି ।

Comments are closed.