Latest Odisha News

BREAKING NEWS

ଗମ୍ଭୀରଙ୍କୁ ପରୋକ୍ଷରେ ଟାର୍ଗେଟ କଲେ ରୋହିତ

ମୁମ୍ବାଇ: ଆଇପିଏଲ ୨୦୨୫ରେ ରୋହିତ ଶର୍ମା ଚେନ୍ନାଇ ସୁପର କିଙ୍ଗସ ବିପକ୍ଷ ମ୍ୟାଚରେ ଆକର୍ଷଣୀୟ ପ୍ରଦର୍ଶନ କରି ମୁମ୍ବାଇ ଇଣ୍ଡିଆନ୍ସ ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ଏହି ମ୍ୟାଚ ପରେ ରୋହିତ ପରୋକ୍ଷରେ ଟିମ ଇଣ୍ଡିଆ କୋଚ ଗୌତମ ଗମ୍ଭୀରଙ୍କୁ ଟାର୍ଗେଟ କରିଛନ୍ତି । ଅର୍ଦ୍ଧଶତକ ହାସଲ କରିବା ପରେ ରୋହିତ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଶେୟାର କରିଥିଲେ । ସେ ତାଙ୍କ ଭଲ ପ୍ରଦର୍ଶନର କ୍ରେଡିଟ ଅଭିଷେକ ନାୟାରଙ୍କୁ ଦେଇଛନ୍ତି । ତେବେ ଏହା ମାଧ୍ୟମରେ ସେ ଗମ୍ଭୀରଙ୍କୁ ଟାର୍ଗେଟ କରିଥିବା ଅନୁମାନ କରାଯାଉଛି । ନାୟାରଙ୍କୁ ହଠାତ ଟିମ ଇଣ୍ଡିଆ ସହକାରୀ କୋଚ ପଦରୁ ହଟେଇ ଦିଆଯାଇଛି । ଏହା ପୂର୍ବରୁ ଗମ୍ଭୀର, ରୋହିତଙ୍କ ସମେତ ବିସିସିଆଇା ଅନ୍ୟ ବରିଷ୍ଠ ଅଧିକାରୀଙ୍କୁ ନେଇ ଏକ ବୈଠକ ବସିଥିଲା । ଏବେ ନାୟାର ହଟିବା ପରେ କେକେଆର ସଙ୍ଗେ ସଙ୍ଗେ ତାଙ୍କୁ ସହକାରୀ କୋଚ ପଦ ପ୍ରଦାନ କରିଛି ।

ଗତ ସଂସ୍କରଣରେ କେକେଆରକୁ ଚାମ୍ପିୟନ କରାଇବା ପଛରେ ନାୟାରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା । ଚଳିତ ସିଜନରେ କେକେଆର ପ୍ରଦର୍ଶନ ଏ ପର୍ଯ୍ୟନ୍ତ ଭଲ ରହି ନାହିଁ । ନାୟାରଙ୍କ ଉପସ୍ଥିତି ଦଳକୁ ଫାଇଦାରେ ରଖିବ ବୋଲି ଆଶା କରାଯାଉଛି । ଟିମ ଇଣ୍ଡିଆର ସିନିୟର ଖେଳାଳି ରୋହିତ ଏବଂ ବିରାଟ କୋହଲିଙ୍କ ଉପରେ ଗମ୍ଭୀର ବୟାନବାଜି କରିଥିବା ଖବର ଲିକ ହୋଇଥିଲା । ନାୟାରଙ୍କୁ ଏଥିପାଇଁ ପରୋକ୍ଷରେ ଦାୟୀ କରାଯାଉଛି ।

Comments are closed.