ନୂଆଦିଲ୍ଲୀ: ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫ ପାକିସ୍ତାନରେ ଆୟୋଜିତ ହେବ । ସୁରକ୍ଷା ଦୃଷ୍ଟିକୋଣରୁ ଭାରତ ତାର ସମସ୍ତ ମ୍ୟାଚ ଦୁବାଇରେ ଖେଳିବ । ତେବେ ରିପୋର୍ଟ ଅନୁସାରେ ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଚାମ୍ପିୟନ୍ସ ଟ୍ରଫିର ଉଦଘାଟନୀ ଉତ୍ସବରେ ପାକିସ୍ତାନ ଯାଇ ପାରନ୍ତି । ତେବେ ଏ ପର୍ଯ୍ୟନ୍ତି ଏହାର ଔପଚାରିକତା ଘୋଷଣା କରାଯାଇ ନାହିଁ । ଉଦଘାଟନୀ ସମାରୋହ ୧୬ କିମ୍ବା ୧୭ ଫେବୃୟାରୀରେ ଆୟୋଜିତ ହୋଇପାରେ । ପିସିବି ଏ ନେଇ ବିଧିବଦ୍ଧ ଭାବେ କୌଣସି ଘୋଷଣା କରି ନାହିଁ । ଭାରତ ଗ୍ରୁପ ଏରେ ପାକିସ୍ତାନ, ବାଂଲାଦେଶ ଓ ନ୍ୟୁଜିଲାଣ୍ଡ ସହିତ ରହିଛି । ଗ୍ରୁପ ବିରେ ଅଷ୍ଟ୍ରେଲିଆ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା ଓ ଆଫଗାନିସ୍ତାନ ରହିଛନ୍ତି ।
୪ ଓ ୫ ମାର୍ଚ୍ଚରେ ସେମିଫାଇନାଲ ଏବଂ ୯ରେ ଫାଇନାଲ ମ୍ୟାଚ ଖେଳାଯିବ । ଭାରତ ଗ୍ରୁପ ପର୍ଯ୍ୟାୟରେ ବାଂଲାଦେଶ ବିପକ୍ଷରେ ତାର ଅଭିଯାନ ଆରମ୍ଭ କରିବ । ଭାରତ ଓ ପାକିସ୍ତାନ ମଧ୍ୟରେ ରାଜନୈତିକ ବିବାଦ ଲାଗି ରହିଥିବାରୁ ୨୦୨୭ ପର୍ଯ୍ୟନ୍ତ ଉଭୟ ଦେଶ ପରସ୍ପର ବିରୋଧରେ ହାଇବ୍ରିଡ ମଡେଲରେ ମ୍ୟାଚ ଖେଳିବେ । ଆଇସିସି ଡିସେମ୍ବର ୧୯ରେ ଏହି ନିଷ୍ପତି ନେଇଛି ।