Latest Odisha News

BREAKING NEWS

ଚହଲଙ୍କୁ ସଉତୁଣୀ କହିଲେ ରୋହିତଙ୍କ ପତ୍ନୀ

ମୁମ୍ବାଇ: ୟୁଜଭେନ୍ଦ୍ର ଚହଲ ଭାରତୀୟ କ୍ରିକେଟର ଏକ ଏ ଭଳି କ୍ରିକେଟର ଯିଏ କି ସମସ୍ତଙ୍କ ସହ ହସ ଖୁସିରେ ରହିବାକୁ ଭଲ ପାଆନ୍ତି । ଜୋସ ବଟଲରଙ୍କ ସହ ରଙ୍ଗ ବରଷେ ପେରେ ନୃତ୍ୟ ହେଉ କି ଗେଲଙ୍କ ସହ ମସଲ୍ସ ପ୍ରତିଯୋଗିତା । ସବୁଥିରେ ସେ ଆଗରେ ରୁହନ୍ତି । ଏବେ ରୋହିତ ଶର୍ମାଙ୍କ ପତ୍ନୀ ରିତିକା ମଧ୍ୟ ଚହଲଙ୍କୁ ନେଇ ଏକ ବଜାଦାର ବୟାନ ଦେଇଛନ୍ତି । ସେ ଚହଲଙ୍କୁ ତାଙ୍କର ସଉତୁଣୀ ବୋଲି ମଧ୍ୟ କହିଛନ୍ତି । ଚହଲ ଆସିବା ମାନେ ରୋହିତ ତାଙ୍କ ସହିତ ଅଧିକରୁ ଅଧିକ ସମୟ କାଟିଥାନ୍ତି । ସେ ରୋହିତଙ୍କ ଗାର୍ଲଫ୍ରେଣ୍ଡ ବୋଲି ଲାଗି ରହିଥାନ୍ତି । ସବୁଠାରୁ ବଡ କଥା ହେଲେ ରୋହିତ ଓ ଚହଲଙ୍କ ବନ୍ଧୁତା ଅନ୍ୟମାନଙ୍କ ଭିନ୍ନ ।

ସେମାନଙ୍କ ବନ୍ଧୁତା ଉପରେ କାହାର ନଜର ନ ଲାଗୁ ବୋଲି ସେ କହିଛନ୍ତି । ଚହଲ ଆସିବା ମାତ୍ରେ ପରିବେଶ ବଦଳି ଯାଇଥାଏ ବୋଲି ରିତିକା କହିଛନ୍ତି । ସୂଚନାଯୋଗ୍ୟ ଚହଲ ଆଇପିଏଲରେ ପ୍ରଥମ ବୋଲର ଭାବେ ୨୦୦ ୱିକେଟ ହାସଲ କରିବା ଗୌରବ ଅର୍ଜନ କରିଛନ୍ତି ।

Leave A Reply

Your email address will not be published.