Latest Odisha News

କାଲି ଶଙ୍ଖ ଛାଡି ଆଜି ପଦ୍ମ ଧରିଲେ ବିଧାୟିକା ସୀମାରାଣୀ ନାୟକ

ଭୁବନେଶ୍ବର: ନିର୍ବାଚନ ପୂର୍ବରୁ ରାଜନୈତିକ ଦଳମାନେ ବିଭିନ୍ନ ପର୍ଯ୍ୟାୟରେ ପ୍ରାର୍ଥୀ ତାଲିକା ଜାରି କରୁଥିବା ବେଳେ ନେତାମାନଙ୍କର ଦଳ ଡିଆଁ ପର୍ବ ଜାରି ରହିଛି । ଏହି ଅବସରରେ ଆଜି ବିଜେପିରେ ଯୋଗଦେଲେ ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ । ସେ ଗତକାଲି ବିଜେଡିରୁ ଇସ୍ତଫା ଦେଇଥିଲେ ।

ଦଳୀୟ କାର୍ଯ୍ୟାଳୟରେ ଆଜି ବରିଷ୍ଠ ନେତାଙ୍କ ଉପସ୍ଥିତିରେ ସୀମାରାଣୀ ବିଧିବଦ୍ଧ ଭାବେ ପଦ୍ମରେ ସାମିଲ ହୋଇଛନ୍ତି ।

ସୂଚନାଯୋଗ୍ୟ, ହିନ୍ଦୋଳରୁ ବିଧାନସଭା ଆସନରୁ ଲଗାତର ଦୁଇ ଥର ୨୦୧୪ ଓ ୨୦୧୯ ନିର୍ବାଚନରେ ନିର୍ବାଚିତ ହୋଇଥିବା ସୀମାରାଣୀଙ୍କୁ ଚଳିତଥର ଟିକେଟ୍ ନଦେଇ ତାଙ୍କ ବଦଳରେ ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କୁ ହିନ୍ଦୋଳରୁ ପ୍ରାର୍ଥୀ କରିଛି ବିଜେଡି । ଯେଉଁଥିରେ ଅସନ୍ତୋଷ ପ୍ରକାଶ କରି ଦଳ ଛାଡି ବିଜେପିରେ ସାମିଲ ହୋଇଥିବା ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.