ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ନିକଟରେ ଦ୍ୱିତୀୟ ସନ୍ତାନର ବାପା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ତାଙ୍କ ପତ୍ନୀ ରିତିକା ସଜଦେହ ନିକଟରେ ପୁତ୍ର ସନ୍ତାନର ମାଆ ହୋଇଛନ୍ତି । ଏବେ ରିତିକା ସୋସିଆଲ ମିଡିଆରେ ପୁତ୍ରର ନାମ କଣ ରଖାଯାଇଛି ସେ ସମ୍ପର୍କରେ ସୂଚନା ଦେଇଛନ୍ତି । ରବିବାର ସେ ତାଙ୍କ ଇନଷ୍ଟାଗ୍ରାମ ଆକାଂଉଟରେ ଏକ ସୁନ୍ଦର ପୋଷ୍ଟ ଶେୟାର କରିଛନ୍ତି । ଏଥିରେ ତାଙ୍କ ପୁତ୍ର ସନ୍ତାନର ନାମ ଅହାନ ଲେଖା ଯାଇଛି । ଏଥିରେ ସେ ଏକ କଣ୍ଢେଇ ପରିବାର ଫଟୋରେ ନିଜ ନାମ, ରୋହିତ ଏବଂ ଝିଅ ସାମୀ ନାମ ମଧ୍ୟ ଉଲ୍ଲେଖ କରିଛନ୍ତି । ରୋହିତ ଏହି କାରଣରୁ ପ୍ରଥମ ଟେଷ୍ଟ ଖେଳିପାରି ନ ଥିଲେ । ଏବେ ସେ ଅଷ୍ଟ୍ରେଲିଆ ଯିବା ସହ ଦ୍ୱିତୀୟ ଟେଷ୍ଟ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ।
ଭାରତ ଏବଂ ପ୍ରଧାନମନ୍ତ୍ରୀ ଏକାଦଶ ଅଭ୍ୟାସ ମ୍ୟାଚରେ ରୋହିତ ୪ର୍ଥ ସ୍ଥାନରେ ବ୍ୟାଟିଂ କରିବାକ ଆସିଥିଲେ । ସେ ମାତ୍ର ୩ ରନ କରିବାକୁ ସକ୍ଷମ ହୋଇଥିଲେ । ତେବେ ସେ କେଉଁ ସ୍ଥାନରେ ବ୍ୟାଟିଂ କରିବେ ତାହା ପରୋକ୍ଷରେ ସ୍ପଷ୍ଟ ହୋଇଯାଇଛି । ତେବେ ବିରାଟ କୋହଲି କେଉଁ ସ୍ଥାନରେ ବ୍ୟାଟିଂ କରିବେ ତାହା ସ୍ପଷ୍ଟ ହୋଇନି ।
Comments are closed.