Latest Odisha News

ଭାରତ ପକ୍ଷରୁ ସର୍ବାଧିକ ଥର ଟି୨୦ ବିଶ୍ୱକପ ଖେଳିବେ ହିଟମ୍ୟାନ !

ଦୁବାଇ: ହିଟମ୍ୟାନ ଭାବେ ପରିଚିତ ରୋହିତ ଶର୍ମା ଭାରତ ପକ୍ଷରୁ ସର୍ବାଧିକ ଥର ଟି୨୦ ବିଶ୍ୱକପ କ୍ରିକେଟ ଖେଳିବାକୁ ଯାଉଛନ୍ତି । ରବିବାର ଦୁବାଇ ପଡିଆକୁ ଓହ୍ଲାଇବେ ମାତ୍ରେ ସେ ଏହି ରେକର୍ଡର ଅଧିକାରୀ ହେବେ । ରୋହିତ ଏ ପର୍ଯ୍ୟନ୍ତ ୬ ଟି୨୦ ବିଶ୍ୱକପ ଖେଳି ମହେନ୍ଦ୍ର ସିଂ ଧୋନୀଙ୍କ ରେକର୍ଡ ସହ ସମକକ୍ଷ ହୋଇଛନ୍ତି । ସେହିପରି ଧୋନୀ ସର୍ବାଧିକ ୩୩ ମ୍ୟାଚ ଖେଳିଥିବା ବେଳେ ରୋହିତ ୨୮ ମ୍ୟାଚରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିଛନ୍ତି ।

ରୋହିତଙ୍କ ବ୍ୟତୀତ ଅନ୍ୟ ୬ଜଣ ମଧ୍ୟ କ୍ୟାରିୟରର ୭ମ ଟି୨୦ ବିଶ୍ୱକପ ଖେଳିବାକୁ ଯାଉଛନ୍ତି । ସେମାନେ ହେଲେ ଶାକିବ ଉଲ ହାସନ, ମୁସଫିକର ରହିମ, ମହମ୍ମୁଦାଲ୍ଲା, କ୍ରିସ ଗେଲ ଓ ଡ୍ୱେନ ବ୍ରାଭୋ ଓ ଶୋଏବ ମଲିକ । ରୋହିତ ଯଦି ଏହି ବିଶ୍ୱକପରେ ୧୦ ଛକା ମାରିବେ ତାହାହେଲେ ଯୁବରାଜ ସିଂ(୩୩ ଛକା)ଙ୍କ ରେକର୍ଡ ଭାଙ୍ଗିବେ ।

Comments are closed.