Latest Odisha News

BREAKING NEWS

ରୋହିିତ ଖେଳିବେ ୮ମ ଟି୨୦ ବିଶ୍ୱକପ: ଆଭରେଜ, ଅର୍ଦ୍ଧଶତକରେ କୋହଲି ଆଗରେ

ପୁରୀ: ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି୨୦ ବିଶ୍ୱକପରେ ଭାରତର ଅଧିନାୟକ ରୋହିତ ଶର୍ମା ୮ମ ଥର ପାଇଁ ଏହି ମେଗା ଇଭେଂଟ ଖେଳିବାକୁ ଯାଉଛନ୍ତି । ରୋହିତ ୭ଟି ବିଶ୍ୱକପରେ ସର୍ବାଧିକ ୩୩ ମ୍ୟାଚ ଖେଳି ୮ ଅର୍ଦ୍ଧଶତକ ସହାୟତାରେ ୮୪୭ ରନ ସଂଗ୍ରହ କରିଛନ୍ତି । ଭାରତୀୟ ଦଳରେ ସ୍ଥାନ ପାଇଥିବା ୫ଜଣ ଖେଳାଳି ପ୍ରଥମ ଥର ପାଇଁ ଏଥିରେ ଖେଳିବେ । ବିରାଟ କୋହଲି, ରବିଚନ୍ଦ୍ରନ ଅଶ୍ୱୀନ ୪ଟି ଲେଖାଁଏ ବିଶ୍ୱକପ ଖେଳିଥିବା ବେଳେ ଦୀନେଶ କାର୍ତିକ ୩ଟି ଏବଂ ଭୁବନେଶ୍ୱର କୁମାର, ହାର୍ଦ୍ଦିକ ପାଣ୍ଡ୍ୟା, ଯଶପ୍ରୀତ ବୁମରାହ ୨ଟି ଲେଖାଁଏ ଖେଳିଛନ୍ତି । ସେହିପରି ଗତ ସଂସ୍କରଣରେ କେଏଲ ରାହୁଲ, ରିଷଭ ପନ୍ତ ଓ ସୂର୍ଯ୍ୟକୁମାର ଯାଦବ ପ୍ରଥମ ଥର ପାଇଁ ବିଶ୍ୱକପ ଖେଳିଥିଲେ । ୨୦୨୧ ବିଶ୍ୱକପ ଦଳର ୯ ସଦସ୍ୟ ଏବେକାର ଟିମରେ ରହିଛନ୍ତି । ଓଭରାଲ ବ୍ୟାଟିଂ ପ୍ରଦର୍ଶନ ଦେଖିବାକୁ ଗଲେ ରୋହିତ ୩୩ ମ୍ୟାଚରେ ୮୪୭ ଓ କୋହଲି ୨୧ ମ୍ୟାଚରେ ୮୪୫ ରନ କରିଛନ୍ତି । ଆଭରେଜ ଏବଂ ଅର୍ଦ୍ଧଶତକରେ ରୋହିତଙ୍କଠାରୁ କୋହଲି ଆଗରେ ରହିଛନ୍ତି । ରୋହିତ ୩୮.୫ ଆଭରେଜରେ ୮ ଅର୍ଦ୍ଧଶତକ ମାରିଥିବା ବେଳେ କୋହଲି ୭୬.୮୧ ଆଭରେଜରେ ୧୦ ଅର୍ଦ୍ଧଶତକ ମାରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ରାହୁଲ ୫ ମ୍ୟାଚରେ ୧୯୪, ସୂର୍ଯକୁମାର ୪ ମ୍ୟାଚରେ ୪୨, ପନ୍ତ ୫ ମ୍ୟାଚରେ ୭୮, କାର୍ତିକ ୬ ମ୍ୟାଚରେ ୫୭ ଓ ହାର୍ଦ୍ଦିକ ୧୦ ମ୍ୟାଚରେ ୮୫ ରନ କରିଛନ୍ତି ।

୧୮ ମ୍ୟାଚରେ ୨୬ ୱିକେଟ ଅକ୍ତିଆର କରି ବୋଲିଂରେ ରବିଚନ୍ଦ୍ରନ ଅଶ୍ୱୀନ ଆଗରେ ରହିଛନ୍ତି । ତାଙ୍କ ପଛକୁ ବୁମରାହ ୧୦ ମ୍ୟାଚରେ ୧୧, ଭୁବନେଶ୍ୱର ୭ ମ୍ୟାଚରେ ୪ ଏବଂ ହାର୍ଦ୍ଦିକ ୧୦ ମ୍ୟାଚରେ ୫ ୱିକେଟ ଅକ୍ତିଆର କରିଛନ୍ତି । ଏମାନଙ୍କ ମଧ୍ୟରେ ଭୁବନେଶ୍ୱରଙ୍କ ଇକୋନୋମୀ ରେଟ ୫.୮୧ ସବୁଠାରୁ ଭଲ ରହିଛି । କ୍ୟାରିୟରର ପ୍ରଥମ ଟି୨୦ ବିଶ୍ୱକପ ଖେଳିବାକୁ ଯାଉଥିବା ଖେଳାଳିମାନେ ହେଲେ ଦୀପକ ହୁଦା, ୟୁଜଭେନ୍ଦ୍ର ଚହଲ, ଅକ୍ଷର ପଟେଲ, ହର୍ଷଲ ପଟେଲ ଓ ଅର୍ଶଦୀପ ସିଂ ।

Leave A Reply

Your email address will not be published.