Latest Odisha News

BREAKING NEWS

ଲଣ୍ଡନ୍‌ରେ ରୋହିତଙ୍କ କ୍ଲିନ୍ ସେଭ୍ ଲୁକ୍ ଭାଇରାଲ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ସିନିୟର ଓପନର୍ ରୋହିତ ଶର୍ମା ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । ଇଂଲଣ୍ଡ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଶେଷ ହେବା ପରେ ସେ ନିଜ ପରିବାର ସହ ଲଣ୍ଡନ୍‌ରେ ଛୁଟି ବିତାଉଛନ୍ତି । ଏହି ସମୟରେ ତାଙ୍କର ଏକ ନୂଆ ଏବଂ ଆକର୍ଷଣୀୟ କ୍ଲିନ୍-ସେଭ  ଲୁକ୍ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଲଣ୍ଡନ୍ ରାସ୍ତାରେ ବୁଲୁଥିବା ସମୟରେ ରୋହିତ ଭାରତୀୟ ଦଳର ପୂର୍ବତନ ହେଡ୍ କୋଚ୍ ରବି ଶାସ୍ତ୍ରୀଙ୍କୁ ଭେଟିଥିଲେ । ଉଭୟଙ୍କ ଏକ ସାଧାରଣ ଫଟୋ ସୋସିଆଲ୍ ମିଡିଆରେ ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରିଛି । ରୋହିତ ଦାଢ଼ି କାଟି ଏକ ଯୁବକ ଭଳି ନୂଆ ଶୈଳୀରେ ନଜର ଆସିଛନ୍ତି ।

ଲର୍ଡସରେ ଧମାକାଦାର ଶତକ ସହ ଜବାବ;ସିରିଜ୍‌ର ପ୍ରଥମ ଦୁଇଟି ମ୍ୟାଚ୍‌ରେ (୧୧ ଓ ୨୬ ରନ୍) କମ୍ ରନ୍ କରିବା ପରେ ରୋହିତଙ୍କ ଅବସର ନେଇ ନାନା ଆଲୋଚନା ଚାଲିଥିଲା ।  କିନ୍ତୁ ଲର୍ଡସରେ ଖେଳାଯାଇଥିବା ତୃତୀୟ ଦିନିକିଆରେ ସେ ୧୧୦ ବଲ୍‌ରୁ ୧୭ଟି ଚୌକା ଓ ୫ଟି ଛକା ସହାୟତାରେ ୧୩୮ ରନ୍‌ର ବିସ୍ଫୋରକ ଇନିଂସ ଖେଳି ସମସ୍ତ ଗୁଜବର ଅନ୍ତ ଘଟାଇଛନ୍ତି । ସୋସିଆଲ୍ ମିଡିଆରେ ଚାଲିଥିବା ଗୁଜବକୁ ବିସିସିଆଇ ସମ୍ପାଦକ ଦେବଜିତ୍ ସାଇକିଆ ଏବଂ ଅଧିନାୟକ ଶୁଭମନ୍ ଗିଲ୍ ଖଣ୍ଡନ କରିଛନ୍ତି । ସେମାନେ ସ୍ପଷ୍ଟ କରିଛନ୍ତି ଯେ ରୋହିତଙ୍କ ଅବସର ନେଇ କୌଣସି ଆଲୋଚନା ହୋଇନାହିଁ ଏବଂ ସେ ଭାରତୀୟ ଦଳର ଜଣେ ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ଭାବେ ରହିବେ । ଆଗାମୀ ୨୦୨୭ ଦିନିକିଆ ବିଶ୍ୱକପକୁ ଆଖି ଆଗରେ ରଖି ଦଳ ନିଜର ପ୍ରସ୍ତୁତି ଜାରି ରଖିଛି ।

Leave A Reply

Your email address will not be published.