Latest Odisha News

ରଣଜୀ ଟ୍ରଫି: ବିଫଳ ହେଲେ ରୋହିତ, ଗିଲ, ଯଶସ୍ୱୀ

ମୁମ୍ବାଇ: ୧୦ ବର୍ଷ ପରେ ଭାରତୀୟ କ୍ରିକେଟ ଟିମର ଅଧିନାୟକ ରୋହିତ ଶର୍ମା ରଣଜୀ ଟ୍ରଫିରେ ଖେଳିଛନ୍ତି । ମୁମ୍ବାଇ ପକ୍ଷରୁ ଖେଳିଥିବା ରୋହିତ ଜମ୍ମୁ ଏବଂ କଶ୍ମୀର ବିପକ୍ଷରେ ମାତ୍ର ୩ ରନ କରିବାକୁ ସକ୍ଷମ ହୋଇଥିଲେ । ଏଥିପାଇଁ ସେ ୧୯ ବଲର ସମ୍ମୁଖୀନ ହୋଇଥିଲେ । କେବଳ ରୋହିତ ନୁହେଁ ଭାରତୀୟ କ୍ରିକେଟର ଅନ୍ୟ ଷ୍ଟାର ଖେଳାଳିମାନେ ମଧ୍ୟ ରଣଜୀରେ ଫେଲ ମାରିଛନ୍ତି । ଯଶସ୍ୱୀ ଜୈସୱାଲ, ଶ୍ରେୟାଶ ଆୟାର, ଅଜିଙ୍କ୍ୟ ରାହାନେଙ୍କ ବ୍ୟାଟ ମଧ୍ୟ ନୀରବ ରହିଥିଲା । ଯଶସ୍ୱୀ ୮ ବଲରେ ୪ ରନ , ରାହାଣେ ୧୭ ବଲରେ ୧୨ ରନ ଓ ଶ୍ରେୟାଶ ଆୟାର ୧୧ ରନ କରି ଆଉଟ ହୋଇଥିଲେ ।

ଶିବମ ଦୁବେ, ଯଶସ୍ୱୀ ଓ ଶ୍ରେୟାଶ ଫ୍ଲପ ହେବା ପରେ ଏବେ ଟିମ ଇଣ୍ଡିଆର ଚିନ୍ତା ବଢ଼ିଛି । ଚାମ୍ପିୟନ୍ସ ଟ୍ରଫିରେ ଏହି ଖେଳାଳିମାନେ ସ୍ଥାନ ପାଇଛନ୍ତି । ତେବେ ଏହି ସିନିୟର ଖେଳାଳିମାନେ ରଣଜୀ ଟ୍ରଫି ଖେଳିବାକୁ ପୂର୍ବତନ ମହାନ ବ୍ୟାଟ୍ସମ୍ୟାନମାନେ ସ୍ୱାଗତ କରିଛନ୍ତି । ରଣଜୀ ଟ୍ରଫି ନିଶ୍ଚିତ ଭାବେ ଖେଳାଳିମାନଙ୍କ ଫର୍ମ ଫେରାଇବାରେ ସହାୟ ହେବ ବୋଲି ସୁନୀଲ ଗାଭାସ୍କର କହିଛନ୍ତି ।

Comments are closed.