ଭୁବନେଶ୍ବର: ରାସନ କାର୍ଡରେ ଇ-କେଓ୍ବାଇସି ନେଇ ବଡ ଅପଡେଟ୍ ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଯେଉଁମାନେ ରାସନ ପାଇଁ ଅଯୋଗ୍ୟ ହୋଇ ମଧ୍ୟ, ଏହାର ଫାଇଦା ଉଠାଉଛନ୍ତି, ସେମାନଙ୍କୁ ଆତ୍ମସମର୍ପଣ କରିବାକୁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ । ଏନେଇ ମନ୍ତ୍ରୀ କହିଛନ୍ତି, ଆସନ୍ତା ୩୧ ସୁଦ୍ଧା ରାସନ କାର୍ଡରେ ଇକେଓ୍ବାଇସି ଜଡିତ ହେବା ଶେଷ ହେବ । ଏହା ପୂର୍ବରୁ ଯେଉଁମାନେ ଅସାଧୁ ରୂପରେ ରାସନ ଖାଉଛନ୍ତି, ସେମାନେ ନିଜ ଆଡୁ ଆତ୍ମସମର୍ପଣ କଲେ, ତାଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ହେବ ନାହିଁ । କିନ୍ତୁ ପରେ ଏନେଇ କଡା କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାଇ ଦେଇଛନ୍ତି ମନ୍ତ୍ରୀ ।
ଏଥିସହିତ ମନ୍ତ୍ରୀ ଏହା ବି ସୂଚନା ଦେଇଛନ୍ତି ଯେ, ଇ-କେଓ୍ବାଇସି ଯାଞ୍ଚ ଜାରି ରହିଥିବା ବେଳେ, ପ୍ରତି ବ୍ଲକରେ ୨୦୦ରୁ ୩୦୦ ଅଯୋଗ୍ୟ ହିତାଧିକାରୀ ବାହାରୁଛନ୍ତି । ଏଥିରେ ସରକାରୀ ଚାକିରି କରି ବି ରାସନ କାର୍ଡ ହାତେଇଛନ୍ତି । ସେମାନେ ନିଜ ଆଡୁ ଆତ୍ମସମର୍ପଣ କଲେ ତାଙ୍କ ଉପରେ କାର୍ଯ୍ୟନୁଷ୍ଠାନ ହେବ ନାହିଁ ।
ତେବେ କହିରଖୁଛୁ, ଇକେଓ୍ବାଇସି ଯାଞ୍ଚ ବେଳେ ଅନେକ ସରକାରୀ କର୍ମଚାରୀ, ଯେମିତି..ଡାକ୍ତର, ଓଏଏସ ଅଫିସର, ଶିକ୍ଷକ..ବି ରାସନ କାର୍ଡରେ ଅନ୍ତର୍ଭୁକ୍ତ ଅଛନ୍ତି । ଯାହାକୁ ନେଇ ପୂର୍ବରୁ କାର୍ଡ ନିଜ ଆଡୁ ଫେରାଇବାକୁ ମନ୍ତ୍ରୀ ସେମାନଙ୍କୁ ଅପିଲ୍ କରିଥିଲେ ।
Comments are closed.