ନୂଆଦିଲ୍ଲୀ: ରୋମାନିଆର ଉତରପୂର୍ବାଂଚଳରେ ଜଣେ ମହିଳା ରାତାରାତି କୋଟିପତି ହୋଇ ଯାଇଛନ୍ତି । ବିଶ୍ୱାସ ନ ହେଲେ ବି ଏହା ସତ୍ୟ । ରୋମାନିଆର ଜଣେ ବୃଦ୍ଧା ୩.୫ କିଲୋଗ୍ରାମର ଏହି ପଥରକୁ କବାଟ ରୋକିବା ପାଇଁ ବ୍ୟବହାର କରୁଥିଲେ । ତେବେ ସେ ଜାଣି ନ ଥିଲେ ଏହା ଏକ ଅମୂଲ୍ୟ ପଥର । ରୁମାନାଇଟ ନାମକ ଏହି ପଥରର ମୂଲ୍ୟ ଏବେ ୮.୪୯ କୋଟି ହେବ ବୋଲି ଆକଳନ କରାଯାଇଛି । ଗଛରୁ ବାହାରୁଥିବା ରେସିନରୁ ଏହା ଲକ୍ଷ ଲକ୍ଷ ବର୍ଷ ପରେ ପଥରରେ ପରିଣତ ହୋଇଥାଏ । ବୁଜାଉ ନଦୀରେ ଉପକୂଳରେ ଏହି ଭଳି ପଥର ମିଳିଥାଏ । ୧୯୨୦ରେ ଖନନ ବେଳେ ଏହି ପଥର ମିଳିଥିଲା । ଏହାକୁ ମୂଲ୍ୟହୀନ ଭାବି ଫିଙ୍ଗି ଦିଆ ଯାଇଥିଲା । ବୃଦ୍ଧାଜଣଙ୍କ ଏହାକୁ ଘରକୁ ଆଣିଥିଲେ ।
୧୯୯୧ରେ ବୃଦ୍ଧାଙ୍କ ପତି ଏହାକୁ ପରୀକ୍ଷଣ ପାଇଁ ନେଇଥିଲେ । ଏହାର ପ୍ରକୃତ ମୂଲ୍ୟ ଜାଣିବା ପରେ ସେ ଏହାକୁ ରୋମାନିଆନ ଷ୍ଟେଟକୁ ବିକ୍ରି କରିଥିଲେ । ପ୍ରୋଭିନ୍ସିଆଲ ମ୍ୟୁଜିୟମ ଅଫ ବୁଜାଉର ନିର୍ଦ୍ଦେଶକ ଡାନିଏଲ କୋଷ୍ଟାଚେଙ୍କ ମତରେ ଏହା ଏକ ଅଦ୍ଭୁତ ପଦାର୍ଥ । ୨୦୨୨ ପରଠାରୁ ଏହି ପଥରକୁ ମ୍ୟୁଜିୟମରେ ରଖାଯାଇଛି । ଏହି ପଥର ମଧ୍ୟରେ ଅନେକ ଜୀବାଶ୍ମ ରହିଥିବା ମଧ୍ୟ ଅନୁମାନ କରାଯାଉଛି ।