Latest Odisha News

୧୦୦ କୋଟି ୟୁଜର୍ସଙ୍କ ସହ ସୋସିଆଲ ମିଡିଆରେ ରୋନାଲ୍ଡୋଙ୍କ ରାଜୁତି

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପର୍ତୁଗାଲର ଷ୍ଟାର ଫୁଟବଲ ଖେଳାଳି କ୍ରିଷ୍ଟିଆନ ରୋନାଲ୍ଡୋଙ୍କ ପ୍ରଶଂସକଙ୍କ ସଂଖ୍ୟା ୧୦୦ କୋଟି ଛୁଇଁଛି । ବିଶ୍ୱର ପ୍ରଥମ ବ୍ୟକ୍ତି ଭାବେ ସେ ଏହି ଉପଲବ୍ଧି ହାସଲ କରିଛନ୍ତି । ସୋସିଆଲ ମିଡିଆରେ ରୋନାଲ୍ଡୋ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଆପଣଙ୍କ ସମର୍ଥନ ଓ ଜୀବନର ଅଂଶବିଶେଷ ହୋଇଥିବାରୁ ଅଶେଷ ଧନ୍ୟବାଦ ବୋଲି ସେ ଲେଖିଛନ୍ତି । କେବଳ ଇନଷ୍ଟାଗ୍ରାମରେ ତାଙ୍କର ୬୩.୮ କୋଟି ପ୍ରଶଂସକ ରହିଛନ୍ତି । ଏହା ବ୍ୟତୀତ ଏକ୍ସରେ ୧୧.୩, ଫେସବୁକରେ ୧୭ ଓ ୟୁଟୁବ୍ୟରେ ୬କୋଟିରୁ ଊର୍ଦ୍ଧ୍ୱ ଫଲୋର୍ସ ରହିଛନ୍ତି । ୟୁଟ୍ୟୁବରେ କମ ସମୟରେ ତାଙ୍କର ୧୦ ଲକ୍ଷ ସବସ୍କ୍ରାଇବର୍ସ ହୋଇଥିଲେ ।

ଯାହାକି ଏକ ବିଶ୍ୱରେକର୍ଡ । ବିଶ୍ୱରେ ପ୍ରଥମ ଖେଳାଳି cଭାବେ ରୋନାଲ୍ଡୋ ୯୦୦ ଗୋଲ ସ୍କୋର କରିବାରେ ରେକର୍ଡ କରିଛନ୍ତି । ସେପ୍ଟମ୍ବର ୫ରେ କ୍ରୋଏସିଆ ବିପକ୍ଷରେ ସେ ଏହି କୀର୍ତିମାନ ସ୍ଥାପନ କରିଥିଲେ । ରୋନାଲ୍ଡୋଙ୍କ ପଛକୁ ସେଲେନା ଗୋମେଜ, ଜଷ୍ଟିନ ବାଇବେର, ଟେଲର ସ୍ୱିଫ୍ଟ ଓ ଆରିୟନ ଗ୍ରାନଡେ ରହିଛନ୍ତି । ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଲିଓନେଲ ମେସୀଙ୍କ ୫୦୪ ମିଲିୟନ ଫଲୋର୍ସ ରହିଛନ୍ତି ।

Comments are closed.