ମିଲାନ-ପର୍ତ୍ତୁଗାଲର ଆରୋନ୍ ରାମ୍ସେ ପ୍ରଥମ ଜୁଭେଣ୍ଟସ ଖେଳାଳି ଭାବେ ଟ୍ରେନିଂ ପାଇଁ ତୁରିନ୍ ସ୍ପୋର୍ଟ୍ସ ସେଣ୍ଟରକୁ ଆସିଛନ୍ତି । ଅନ୍ୟପକ୍ଷରେ ଇଟାଲୀକୁ ଫେରିବା ପରେ କ୍ରିଷ୍ଟିଆନୋ ରୋନାଲ୍ଡୋ ଦୁଇ ସପ୍ତାହ ପାଇଁ କ୍ୱାରେଣ୍ଟାଇନରେ ଅଛନ୍ତି । କରୋନା ଭାଇରସ୍ ଲକ୍ଡାଉନ୍ ଯୋଗୁ ପର୍ତ୍ତୁଗାଲରେ ଦୁଇ ମାସ ଅଟକି ରହଥିଲେ ପରେ ଏକ ପ୍ରାଇଭେଟ୍ ଜେଟ ଯୋଗେ ସେ ନର୍ଦର୍ନ ଇଟାଲିକୁ ଫେରିଛନ୍ତି ।
ପର୍ତ୍ତୁଗାଲ ଜାତୀୟ ଦଳର ଅଧିନାୟକ ରୋନାଲ୍ଡୋ ସିରି ଏ’ ଟିମ୍ ଜୁଭେଣ୍ଟସ୍ର ଫରଓ୍ବାର୍ଡ ପୋଜିଶନରେ ଖେଳିଥାନ୍ତି । ମିଡ୍ଫିଲ୍ଡର ରାମ୍ସେ ୧୧ ବର୍ଷ ଧରି ଆର୍ସେନାଲ ସହିତ ଖେଳିବା ପରେ ଏହି ସିଜନରେ ଜୁଭେଣ୍ଟସ ଦଳରେ ଯୋଗ ଦେଇଛନ୍ତି । ମାର୍ଚ୍ଚ ୧୦ରେ ଚାମ୍ପିୟନଶିପ୍କୁ ସସ୍ପେଣ୍ଡ ରଖାଯିବା ପୂର୍ବରୁ ରୁଦ୍ଧଦ୍ୱାରରେ ଇଣ୍ଟରମିଲାନ ବିପକ୍ଷ ମ୍ୟାଚ ଖେଳାଯାଇଥିଲା ।
Comments are closed.