Latest Odisha News

BREAKING NEWS

ରୋନାଲ୍ଡୋଙ୍କ ଆଉ ଏକ କୀର୍ତିମାନ: ଆନ୍ତର୍ଜାତୀୟ ମୁକାବିଲାରେ ସର୍ବାଧିକ ହ୍ୟାଟ୍ରିକ ଗୋଲ

ନୂଆଦିଲ୍ଲୀ: ପର୍ତୁଗାଲର ମହାନ ଖେଳାଳି କ୍ରିଷ୍ଟିଆନ ରୋନାଲ୍ଡୋ ବୁଧବାର ଆଉ ଏକ କୀର୍ତିମାନ ସ୍ଥାପନ କରିଛନ୍ତି । ଆନ୍ତର୍ଜାତୀୟ ମୁକାବିଲାରେ ସେ ସର୍ବାଧିକ ଥର ହ୍ୟାଟ୍ରିକ ଗୋଲ ସ୍କୋର କରିଛନ୍ତି । ସେ ସ୍ୱୀଡେନର ସ୍ୱେନ ରିଡଲେ ୯ଥର ରେକର୍ଡକୁ ରୋନାଲ୍ଡୋ ଭଙ୍ଗ କରିଛନ୍ତି । ଏଥିସହ ସେ ଆନ୍ତର୍ଜାତୀୟ ଫୁଟବଲରେ ଓଭରାଲ ୧୧୫ ଗୋଲ ସ୍କୋର କରି ଶୀର୍ଷରେ ରହିଛନ୍ତି ।

ୟୁରୋକପ ଅବସରରେ ସେ ଇରାନର ଅଲୀ ଡେଇଙ୍କ ୧୦୯ ଗୋଲର ରେକର୍ଡ ଭଙ୍ଗ କରିଥିଲେ । ଫିଫା ବିଶ୍ୱକପ ଯୋଗ୍ୟତାପର୍ଯ୍ୟାୟ ମୁକାବିଲାରେ ପର୍ତୁଗାଲ ୫-୦ ଗୋଲରେ ଲକ୍ସମବର୍ଗକୁ ପରାସ୍ତ କରିଥିଲା । ଏହି ବିଜୟ ସହ ପର୍ତୁଗାଲ ଗ୍ରୁପ୨ରେ ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହେଇଛି ।

Leave A Reply

Your email address will not be published.