Latest Odisha News

BREAKING NEWS

ରାମ ମନ୍ଦିର ଗର୍ଭ ଗୃହରେ ପାଣି ଲିକ୍ କରିବା ଘଟଣାରେ ସ୍ପଷ୍ଟିକରଣ ଦେଲା ମନ୍ଦିର ଟ୍ରଷ୍ଟ

ଅଯୋଧ୍ୟା: ରାମ ମନ୍ଦିରରେ ରାମଲଲାଙ୍କ ଗର୍ଭଗୃହରୁ ପାଣି ବାହାରିବା ସମସ୍ୟା ଓ ମନ୍ଦିର ଛାତରୁ ପାଣି ବୋହିବା ଖବରରେ ମୁହଁ ଖୋଲିଲା ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ । ରାମ ମନ୍ଦିର ଗର୍ଭଗୃହରେ ଟୋପାଏ ବି ପାଣି ପଡ଼ିନି ବୋଲି କହିଲା ଟ୍ରଷ୍ଟ । ଏନେଇ ଏକ୍ସରେ ଏକ ପୋଷ୍ଟ କରି ସୂଚନା ଦେଇଛି ଟ୍ରଷ୍ଟ । ଟ୍ରଷ୍ଟର କହିବାନୁସାରେମ ଅଯୋଧ୍ୟା ରାମମନ୍ଦିରରେ ରାମଲାଲା ବିରାଜ ସ୍ଥଳରେ ପାଣି ପଡ଼ିନି କି ମନ୍ଦିର ଭିତରକୁ ପାଣି ଟୋପାଟେ ଆସିନି । ମନ୍ଦିର ପରକୋଟାରେ ବର୍ଷାଜଳ ନିଷ୍କାସନ ପାଇଁ ଉତ୍ତମ ବ୍ୟବସ୍ଥା ହୋଇଛି ବୋଲି କହିଛି ଟ୍ରଷ୍ଟ ।

ସୂଚନା ଅନୁସାରେ ଗତ ସୋମବାର ମଧ୍ୟରାତ୍ରୀରେ ପ୍ରବଳ ବର୍ଷା କାରଣରୁ ମନ୍ଦିରରେ ପାଣି ଲିକ୍ କରିଥିବା ଅଭିଯୋଗ କରିଥିଲେ ରାମ ଜନ୍ମଭୂମି ଟେମ୍ପଲ୍ ଟ୍ରଷ୍ଟର ମୁଖ୍ୟ ପୁରୋହିତ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ । ଏଥିସହ ମନ୍ଦିର ପରିସରରୁ ବର୍ଷା ଜଳ ନିଷ୍କାସନ ପାଇଁ କୌଣସି ବ୍ୟବସ୍ଥା ନଥିବା ସେ ଅଭିଯୋଗ କରିଥିଲେ ଆଚାର୍ଯ୍ୟ ଦାସ । ଏଥିସହ ମନ୍ଦିର କର୍ତ୍ତୃପକ୍ଷଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ। ଏହି ଖବର ପ୍ରସାରଣ ହେବା ପରେ ବର୍ତ୍ତମାନ କମିଟି ଅଧ୍ୟକ୍ଷ ସ୍ପଷ୍ଟିକରଣ ଦେଇଛନ୍ତି ।

ମନ୍ଦିର ପରିସରରେ ପାଣି ଲିକ୍ ହେବାର କୌଣସି ସମସ୍ୟା ନାହିଁ । ଟ୍ରଷ୍ଟ ମନ୍ଦିର ନିର୍ମାଣ କାର୍ଯ୍ୟ ଭଲଭାବରେ ନୀରିକ୍ଷଣ କରିଛି । ବିଦ୍ୟୁତ ଅଣ୍ଡରଗ୍ରାଉଣ୍ଡ ୱାଇରିଂରେ ଏବେ ବି ତାର ବିଛାଇବା ବାକି ଅଛି । ଯେଉଁଥିପାଇଁ ପାଇପ ଖୋଲା ଅଛି  । ଆଉ ଏହି ପାଇପ ଜରିଆରେ ତଳେ ସ୍ବିୱେଜରେ ପାଣି ପଶିଛି  । ନିର୍ମାଣଧୀନ ମଣ୍ଡପ ଛାତର ଦ୍ବିତୀୟ ମହଲା କାମ ଏବେବି ବାକି ରହିଛି  । ଦ୍ବିତୀୟ ମହଲା ଛାତ ପଡିବା ପରେ ବର୍ଷାଜଳ ମନ୍ଦିର ମଧ୍ୟରେ ଆଉ ପ୍ରବେଶ କରିବ ନାହିଁ ବୋଲି କହିଛି ଟ୍ରଷ୍ଟ  ।

 

 

Comments are closed.