Latest Odisha News

BREAKING NEWS

ବର୍ଷାରେ ଭୁଶୁଡ଼ିଲା ଦିଲ୍ଲୀ ବିମାନ ବନ୍ଦର ଛାତ: ୩ ମୃତ ଓ ୬ ଗୁରୁତର, ବିମାନ ସେବା ବାତିଲ୍

ନୂଆଦିଲ୍ଲୀ: ବିମାନ ବନ୍ଦରରେ ଭୁଶୁଡ଼ିଲା ଛାତ। ଦିଲ୍ଲୀ ବିମାନବନ୍ଦରର ଟର୍ମିନାଲ-୧ରେ ଛାତ ଭୁଶୁଡ଼ିବା କାରଣରୁ ଏକ ବଡ଼ ଦୁର୍ଘଟଣା ଘଟିଛି। ଏହି ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ହୋଇଥିବା ସଚନା ରହିଛି। ସେହିପରି ଏକାଧିକ କାର ନଷ୍ଟ ହୋଇଛି। ଗୁରୁତରଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ଟର୍ମିନାଲ-୧ରେ ବିମାନ ସେବା ବାତିଲ୍ ହୋଇଥିବା ବେଳେ ଏକାଧିକ ଉଡ଼ାଣ ପ୍ରଭାବିତ ହୋଇଛି।

କୁହାଯାଉଛି ଦିଲ୍ଲୀରେ ପ୍ରବଳ ବର୍ଷା ଯୋଗୁଁ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରର ଛାତ ଭୁଶୁଡିପଡିଲା। ଏନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । ଆଜି ଭୋର ୫ଟା ୩୦ ମିନିଟରେ ଏହି ଅଭାବନୀୟ ଘଟଣା ଘଟିଥିବା ଜଣାପଡିଛି । ଟର୍ମିନାଲ ଛାତ ତଳେ କେତେକ କାର ଚାପି ହୋଇ ରହିଛି । ଖବର ପାଇ ଦମକଳ ବାହିନୀ ପହଞ୍ଚି ଆହତଙ୍କୁ ଉଦ୍ଧାର କରିଛନ୍ତି ।

ଏଥିସହିତ ସିଆଇଏସଏଫ୍‍, ଦିଲ୍ଲୀ ପୋଲିସ ଏବଂ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ତେବେ ଛାତ ଭୁଶୁଡିବାର ପ୍ରକୃତ କାରଣ ଜଣାପଡିନାହିଁ । ଗୁରୁବାର ରାତି ତମାମ ଦିଲ୍ଲୀ ଏନସିଆରରେ ଭୀଷଣ ବର୍ଷା ହୋଇଛି । ପ୍ରବଳ ବର୍ଷା ଯୋଗୁଁ ଅନେକ ସ୍ଥାନରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି । କୁହାଯାଉଛି ଏହି ବର୍ଷା କାରଣରୁ ବିମାନବନ୍ଦର ଛାତ ଭୁଶୁଡି ପଡିଛି।

Leave A Reply

Your email address will not be published.