Latest Odisha News

କୋରାପୁଟ ରେଳ ଷ୍ଟେସନରେ କାର୍ଯ୍ୟକ୍ଷମ ହେଲା ରୁଫ୍ ଟପ୍ ସୋଲାର ପ୍ଲାଣ୍ଟ

କୋରାପୁଟ : କୋରାପୁଟ ରେଳ ଷ୍ଟେସନରେ କାର୍ଯ୍ୟକ୍ଷମ ହେଲା ରୁଫ୍ ଟପ୍ ସୋଲାର ପ୍ଲାଣ୍ଟ । କୋରାପୁଟ ରେଳ ଷ୍ଟେସନର ପ୍ଲାଟଫର୍ମ ନମ୍ବର ୨ ଓ ୩ ଶେଡ ଉପରେ ୨୭.୫ କିଲୋଓ୍ବାଟ ରୁଫ୍ ଟପ୍ ସୋଲାର ପ୍ଲାଣ୍ଟ ସ୍ଥାପନ କରାଯାଇ କାର୍ଯ୍ୟକ୍ଷମ କରାଯାଇଛି । ପୂର୍ବତଟ ରେଳପଥର ମୁଖ୍ୟ ବୈଦ୍ୟୁତିକ ଯନ୍ତ୍ରୀ ଚିତ୍ତ ରଞ୍ଜନ ହାଇତି କୋରାପୁଟ ସ୍ଥିତ ଅନ୍ୟ ରେଳବାଇ ଅଧିକାରୀଙ୍କ ଉପସ୍ଥିତିରେ ଏହି ବିଦ୍ୟୁତ୍ ଉତ୍ପାଦନର ଉଦଘାଟନ କରିଛନ୍ତି ।

ଆଜୁର୍ ସୋଲାର୍ ପାଓ୍ବାର ପ୍ରାଇଭେଟ୍ ଲିମିଟେଡ୍ ପ୍ଲାଟଫର୍ମ ନମ୍ବର ୨ ଏବଂ ୩ର ଛାତ ଉପରି ଭାଗରେ ୯୦ଟି ସୋଲାର ପ୍ୟାନେଲ ସ୍ଥାପନ କରିଛି । ଏହାଦ୍ବାରା ଦୈନିକ ପ୍ରାୟ ୮୭ ୟୁନିଟ୍ ବିଦ୍ୟୁତ ସୃଷ୍ଟି କରାଯାଇ ପାରିବ । ସରକାରୀ ଘରୋଇ ସଂସ୍ଥା ସହଭାଗିତାରେ ୨୫ ବର୍ଷ ପାଇଁ ସୋଲାର ପ୍ଲାଣ୍ଟ ଯୋଗାଇ ଦିଆଯାଉଛି । ଏହା ପ୍ରତିବର୍ଷ ୩୧ ହଜାର ୭୫୫ ୟୁନିଟ୍ ଉତ୍ପାଦନ କରିବ । ଏବଂ ବର୍ଷକୁ ପ୍ରାୟ ୪୨ ହଜାର ଟଙ୍କା ସଞ୍ଚୟ କରିବ ।

Leave A Reply

Your email address will not be published.