Latest Odisha News

BREAKING NEWS

ଶାନ୍ତି ଶୃଙ୍ଖଳାର ସହ ଶେଷ ହେଲା ବାହୁଡ଼ା ଯାତ୍ରା

ପୁରୀ : ଜନ୍ମବେଦୀରୁ ଫେରିଲେ ମହାପ୍ରଭୁ । ନଅ ଦିନର ଲୀଳାଖେଳା ପରେ ଆଜି ବାହୁଡିଛନ୍ତି ଶ୍ରୀଜିଉ । ନୀତି ନିର୍ଘଣ୍ଟ ଅନୁସାରେ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା । ସେବାୟତ ସହଯୋଗରୁ ଓ ମହାପ୍ରଭୁଙ୍କ ଆଶୀର୍ବାଦରୁ ସବୁକିଛି ଭଲରେ ହୋଇଥିବା କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ ଓ ପୋଲିସ ଡିଜି ।

ବାହୁଡା ସମୟରେ ପୁରୀ ବାସୀ ଯେଭଳି କଟକଣା ମାନି ସହଯୋଗ କରିଛନ୍ତି ସେଥିପାଇଁ ପୁରୀବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ଓ ପୋଲିସ ଡିଜି । ଅନ୍ୟପଟେ ଆସନ୍ତାକାଲି ହେବ ମହାପ୍ରଭୁଙ୍କ ସୁନା ବେଶ । ଏହା ମଧ୍ୟ ଶାନ୍ତି ଶୃଙ୍ଖଳାରେ ଶେଷ ହେବ ବୋଲି ଆଶା ରଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ସେହିପରି ପୁରୀରେ ବାହୁଡା ଓ ସୁନା ବେଶକୁ ନେଇ ହୋଇଥିବା କଟକଣା କୋହଳ ହେବ । କେବଳ ଶ୍ରୀମନ୍ଦିର ଚାରିପାଖରେ କର୍ଫ୍ୟୁ ରହିବ । ଆସନ୍ତାକାଲି ସକାଳ ୬ଟାରୁ ଏହି ନିୟମ ଲାଗୁ ହେବ ବୋଲି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି ।

Leave A Reply

Your email address will not be published.