Latest Odisha News

BREAKING NEWS

ସଚିନଙ୍କ ବିଶ୍ୱରେକର୍ଡ ଭାଙ୍ଗିଲେ ରୁଟ

ନୂଆଦିଲ୍ଲୀ: ଇଂଲଣ୍ଡର ଷ୍ଟାର ବ୍ୟାଟ୍ସମ୍ୟାନ ଜୋ ରୁଟ ଭାରତର ସଚିନ ତେନ୍ଦୁଲକରଙ୍କ ଏକ ବଡ ରେକର୍ଡ ଭାଙ୍ଗିଛନ୍ତି । ଟେଷ୍ଟ କ୍ରିକେଟରେ ସର୍ବାଧିକ ଅର୍ଦ୍ଧଶତକ ହାସଲ କରିଥିବା ସଚିନଙ୍କ ବିଶ୍ୱରେକର୍ଡ ଏବେ ଧରାଶାୟୀ ହୋଇଛି । ଇଂଲଣ୍ଡର କ୍ରିକେଟର ଜୋ ରୁଟ୍ ଟେଷ୍ଟ କ୍ରିକେଟ୍‌ରେ ସର୍ବାଧିକ ଅର୍ଦ୍ଧଶତକ ହାସଲ କରି ସଚିନ ତେନ୍ଦୁଲକରଙ୍କ ନାମରେ ଥିବା ବିଶ୍ୱ ରେକର୍ଡକୁ ଭାଙ୍ଗିଛନ୍ତି । ବର୍ମିଂହାମ୍‌ରେ ପାକିସ୍ତାନ ବିପକ୍ଷ ତୃତୀୟ ଟେଷ୍ଟର ଚତୁର୍ଥ ଦିନରେ ଅପରାଜିତ ୬୨ ରନ୍‌ର ପାରି ଖେଳି ସେ ନିଜର ୬୯ତମ ଟେଷ୍ଟ ଅର୍ଦ୍ଧଶତକ ପୂରଣ କରିଛନ୍ତି ।  ରୁଟ୍ (୬୯) ଏବେ ସଚିନ (୬୮)ଙ୍କୁ ପଛରେ ପକାଇ ପ୍ରଥମ ସ୍ଥାନରେ ପହଞ୍ଚିଛନ୍ତି ।

ପାକିସ୍ତାନ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ରେ ରୁଟ୍ ମୋଟ ୧୬୪ ରନ୍ ସଂଗ୍ରହ କରିଥିଲେ ଏବଂ କୌଣସି ଶତକ ହାସଲ କରିପାରି ନଥିଲେ, କିନ୍ତୁ ଶେଷ ମ୍ୟାଚ୍‌ରେ ଏହି ଅର୍ଦ୍ଧଶତକୀୟ ଇନିଂସ ଖେଳି ବିଶ୍ୱ ରେକର୍ଡ କରିଛନ୍ତି  ।  ସଚିନ ନିଜ କ୍ୟାରିୟରରେ ୧୫,୯୨୧ ଟେଷ୍ଟ ରନ୍ ସଂଗ୍ରହ କରିଥିବା ବେଳେ, ଜୋ ରୁଟ୍ ଏବେ ସର୍ବାଧିକ ରନ୍ ତାଲିକାରେ ତାଙ୍କ ପଛକୁ ରହି ଏହି ବିଶ୍ୱ ରେକର୍ଡ ଆଡ଼କୁ ଆଗେଇ ଚାଲିଛନ୍ତି । ଟେଷ୍ଟ କ୍ରିକେଟ୍‌ରେ ସର୍ବାଧିକ ଅର୍ଦ୍ଧଶତକ ହାସଲକାରୀ ଖେଳାଳି: ରୁଟ୍ (୬୯), ସଚିନ(୬୮), ଶିବନାରାୟଣ ଚନ୍ଦରପଲ(୬୬), ଆଲାନ (୬୩), ରାହୁଲ ଦ୍ରାବିଡ଼(୬୩) ।

Leave A Reply

Your email address will not be published.